ଜିଲ୍ଲା ଷ୍ଟାଡିୟମ ପଡିଆ ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକତା ଗଣ ଦୌଡ, ଯୋଗଦେଲେ ଜିଲ୍ଲାପାଳ,,,,,,
ବୌଦ୍ଧ ହରଭଙ୍ଗା ରୁ କୃଷ୍ଣ ଚନ୍ଦ୍ର ସିଂହ ଭଂଜଦୂତ ନିୟୁଜ଼ :-
(ଶୁକ୍ରବାର) ସକାଳ 7 ଘଟିକା ସମୟରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟ ମ ପରିସରରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ଅବସରରେ ଏକତା ଗଣ ଦୌଡ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଣ ଦୌଡକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଉକ୍ତ ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ସ ରାଉତରାୟ, ବୌଦ୍ଧ ଆଇ ଆଇ ସି ନଳିନୀକାନ୍ତ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗ ର ଅଧିକାରୀ ଏବଂ ପୋଲିସ ବାହିନୀ, ଆମ୍ବୁଲାନ୍ସ, ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଜନ ସାଧାରଣ, ବୁଦ୍ଧିଜୀବୀ, ଜନ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ | ଗଣ ଦୌଡ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପଡିଆ, ୱାରଲେସ ଛକ, ପୋଷ୍ଟ ଅଫିସ ଛକ, ଭୈରବୀ ଛକ, ଗାନ୍ଧୀ ଛକ, ବାଘ ଗୁଡା ଛକ, ହାତୀଶlଳ ଛକ, ଜାମୁ ଛକ ଦେଇ ପୁଣି ଷ୍ଟାଡିୟମ ପଡିଆ ରେ ପହଞ୍ଚି ଥିଲା l ଏହି ଅବସରରେ ଡେପୁଟି କଲେକ୍ଟର ଲିପ୍ସା ଭାରତୀ ରାଷ୍ଟ୍ରୀୟ ଏକତା ଦିବସ ଉପରେ ଆଲୋକପାତ କରିଥିଲେ ଏବଂ ଜ଼ିଲ୍ଲାପାଳ ସମସ୍ତ ଙ୍କୁ ରାଷ୍ଟ୍ର ର ଏକତା,ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାୟ ରଖିବା ନିମନ୍ତେ ସତ୍ୟନିଷ୍ଠ ଶପଥ ପାଠ କରାଇଥିଲେ l ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼. ପ୍ରବୀର ଦାଶ ପରିଚାଳନା କରିଥିଲେ l ସହକାରୀ ଜ଼ିଲ୍ଲାପାଳ ଅକ୍ରୁର କୁମାର ଯାନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଏହି ଗଣଦୌଡ଼ ସଫଳ ହୋଇଥିଲା ଏବଂ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ ଉପସ୍ଥିତ ରହି ସହଯୋଗ କରିଥିଲେ l
