*ନୂଆପଡା ଜିଲ୍ଲା ଖରୀଆର ରୋଡ ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ, ରନ ଫର୍ ୟୁନିଟ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଖରୀଆର ରୋଡ ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ସହ ରନ ଫର୍ ୟୁନିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ, ନୂଆପଡ଼ା ଉପ ନିର୍ବାଚନ ର ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ସାଂସଦ ମାଳବିକା ଦେବୀ, ସାଂସଦ ଭାରତୀୟ ଜନତା ପାର୍ଟି ରାଜ୍ୟ ଯୁବ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଯୋଗଦେଇ ଏକତା ପାଇଁ ଗଣଦୌଡ କାର୍ଯ୍ୟକ୍ରମ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଖରିଆରରୋଡ ସହର ମଧ୍ୟରୁ ବାହାରି ଖରୀଆର ରୋଡ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ଉପଲକ୍ଷ ଏକ ସଭା ଅନୁଷ୍ଠିତ ହୋଇ ଯୁବ ବର୍ଗ ଉପନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଆସ୍ଥା ପ୍ରକଟ କରିବାକୁ ଆହ୍ବାନ କରିଥିଲେ। ବିଜେପି ଯୁବ ବର୍ଗ ଙ୍କ ପକ୍ଷ ରୁ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ଯୁବାବର୍ଗ ସାମିଲ ହୋଇ ବିପୁଳ ସମର୍ଥନ ଦେବା ସହ ଜୟ ର ବିଜୟ ରେ ଭାଗିଦାରିତା ସୃଷ୍ଟି କରିବେ ବୋଲି ଆହ୍ବାନ କରିଛନ୍ତି।
