*ଗୋମାତା ସେବା ସଙ୍ଗଠନ ପକ୍ଷରୁ ଗୋପାଷ୍ଟମୀ ପର୍ବ ପାଳିତ*
ଦଶରଥପୁର/(ଭଞ୍ଜଦୂତ:ନିପ୍ର)ଉତ୍ତମ କୁମାର ଦାସ
ଧର୍ମଶାଳା ଜାରକା ମହୋତ୍ସବ ପଡିଆ ପରିସରରେ ଥିବା ଗୋମାତା ସେବା କେନ୍ଦ୍ରରେ ଗୁରୁବାର ଦିନ ଗୋମାତା ସେବା ସଙ୍ଗଠନ ପକ୍ଷରୁ ଗୋପାଷ୍ଟମୀ ପର୍ବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାରମ୍ଭରେ ଗୋାମାତା ଓ ନନ୍ଦିରାଜଙ୍କୁ ସ୍ନାନ କରି ରୀତିନୀତି ଅନୁସାରେ ସାଜସଜା କରି ପଣ୍ତିତ ନାରାୟଣ ତିହାଡିଙ୍କ ଦ୍ୱାରା ପୂଜା ଅର୍ଚ୍ଚନା ସମ୍ପନ୍ନ କରାଯାଇଥିଲା । ପରେ ପରେ ମହୋତ୍ସବ ପଡିଆ ଠାରୁ ଶାନ୍ତି ବଜାର ପର୍ଯ୍ୟନ୍ତ ବିରାଟ ପଟୁଆରେ ଭଜନ କୀର୍ତ୍ତନ କରି ଗୋମାତାଙ୍କୁ ପରିଭ୍ରମଣ କରାଯାଇଥିଲା । ଉକ୍ତ ପୂଜାରେ କର୍ତ୍ତା ଭାବେ ପୀତବାସ ନାୟକ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ନିର୍ବାହ କରିଥିଲେ । ସଙ୍ଗଠନର ସଭାପତି ବାମଦେବ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ, ସଙ୍ଗଠିକା ମିନତୀ ସାହୁ,ରାଜ୍ୟ ହିନ୍ଦୁ ପରିଷଦର ପ୍ରାନ୍ତୀୟ ମାର୍ଗଦର୍ଶକ ସଦସ୍ୟ ବାବାଜୀ ବିଶ୍ୱନାଥ ଦାସ,ଚଢେଇଧରା ସ୍ଥିତ ମୁନିବାବା ଆଶ୍ରମର ମଠାଧୀଶ ସ୍ୱାମୀ ଜ୍ଞାନାନନ୍ଦ ସରସ୍ୱତୀ ଓ ଯାଜପୁର ସାଂସଦଙ୍କ ପ୍ରତିନିଧି କାହ୍ନୁଚରଣ ଦାସ ଯୋଗଦେଇ ଗୋମାତାଙ୍କ ସୁରକ୍ଷା,ସେବା ଓ ମାହାତ୍ମା ଉପରେ ଆଲୋଚନା କରିଥିଲେ । ଜାତୀୟ ରାଜପଥ ଓ ରାଜ୍ୟପଥରେ ପ୍ରତ୍ୟେକ ଦିନ ଅକାଳରେ ଗୋମାତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ବେଳେ ଅନେକଙ୍କ ଗୋଡ,ଶିଙ୍ଘ ଓ ଶରୀର ବିଭିନ୍ନ ସ୍ଥାନରେ କ୍ଷତାକ୍ତମାନଙ୍କୁ ଉଦ୍ଧାର କରାଯାଇ ଗୋମାତା ସେବା କେନ୍ଦ୍ରରେ ଗୋସେବକ ଦ୍ୱାରା ଚିକିତ୍ସା କରାଯାଇ ସୁସ୍ଥ ହେଲା ପର୍ଯ୍ୟନ୍ତ ସେବା କାର୍ଯ୍ୟ ଜାରି ରଖିଥାନ୍ତି । ଏବଂ ଯେଉଁମାନେ ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି ସଙ୍ଗଠନ ପକ୍ଷରୁ ମୃତ ଗୋମାତାଙ୍କୁ ସନାତନୀ ଧର୍ମର ରୀତିନୀତି ଅନୁସାରେ ଶେଷକୃତ୍ୟ କାର୍ଯ୍ୟ ସମ୍ପନ କରିଥାନ୍ତି । ସେହିପରି ଆଘାତ ସ୍ୱୀକାର ହୋଇଥିବା ଗୋଧନମାନେ ଜୀବନ ସହିତ କେତେ ଛଟପଟ ହେଉଛନ୍ତି କେନ୍ଦ୍ରରେ ଦେଖିବାକୁ ମିଳିଥିଲା। ସେମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଯଥେଷ୍ଟ ଯତ୍ନବାନ୍ ହେବା ସହ ସମସ୍ତ ସନାତନ ଧର୍ମୀ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ବାବାଜୀ ବିଶ୍ୱନାଥ ଦାସ ନିବେଦନ କରିଥିଲେ । ସେହିପରି ଓଡିଶାର କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ସଙ୍ଗଠନର ଗୋସେବକ,ସମାଜସେବୀ ଓ ପ୍ରାଣୀ ଓ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଙ୍ଗଠନର ସମ୍ପାଦକ ନିଷ୍କାନ୍ତ ଖଟୁଆ,ଅନେଶ ପ୍ରଧାନ,ପ୍ରଦ୍ୟୁମ୍ନ କୁମାର ଦାସ,ରମେଶ ତରାଇ,ସୌମ୍ୟକାନ୍ତ ପଣ୍ତା,ରାଜେଶ ପାଗଳ,ପୀତବାସ ନାୟକ,ପ୍ରକାଶ ଗୋଚ୍ଛାୟତ,ରାକେଶ ଦାସ,ମନୋଜ ଦଳାଇ,ଜିତେନ୍ ବେହେରା,ଶ୍ରୀଧର ତ୍ରିପାଠୀ,ରଘୁନାଥ ଶତପଥୀ ,ପ୍ରମୋଦ ସ୍ୱାଇଁ,ଗଣେଶ୍ବର ନାୟକ,ଚନ୍ଦନ ସାହୁ,ପ୍ରଶାନ୍ତ ବେହେରା,ଗଣେଶ୍ୱର ସାହୁ,ଲକ୍ଷ୍ମଣ ସେଠୀ,ପ୍ରଶାନ୍ତ ମୁଦୁଲି ଓ ଅନ୍ୟ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।
