*ନୂଆପଡା ଉପ ନିର୍ବାଚନ ନେଇ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ, କେନ୍ଦ୍ରୀୟ ନେତୃମଣ୍ଡଳୀ ଙ୍କ ସହ ରାଜ୍ୟ ନେତୃମଣ୍ଡଳୀ ସାମିଲ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ନୂଆପଡା ଉପ ନିର୍ବାଚନ ନେଇ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ, ହୋଇଅଛି। ବୈଠକ ରେ କେନ୍ଦ୍ରୀୟ ନେତୃମଣ୍ଡଳୀ ଙ୍କ ସହ ରାଜ୍ୟ ନେତୃମଣ୍ଡଳୀ ସାମିଲ ହୋଇ ଭାରତୀୟ ଜନତା ପାର୍ଟି ର ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ବିଶେଷ କରି ନିର୍ବାଚନ ହେଉ କର୍ମୀ ଙ୍କ ମଧ୍ୟରେ ଦଳ ପ୍ରତି ସମର୍ପିତ ମନୋଭାବ ରହିବା ନିତାନ୍ତ ଆବଶ୍ୟକ ଅଟେ ବୋଲି ଗୁରୁତ୍ବ ଦେଇଥିଲେ। ଏହି ବୈଠକ ରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନିଲ ବଂଶଲ୍, ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର, ଉପ ପ୍ରଭାରୀ ଲତା ହୁସେଣ୍ଡେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ, ସହ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।
