**ଛଅଟି ବାଲି ଟ୍ରକ ଜବତ ଓ ପାଞ୍ଚ ଜଣ ଡ୍ରାଇଭର ଗିରଫ**
ତିର୍ତୋଲ ଥାନା ଅଧୀନ ଉକୁସାହି ଗାଁ ପାଖରେ ପାଇକ ନଦୀଠାରୁ ବେଆଇନ ଭାବେ ବାଲି ଚୋରି କରୁଥିବା ଛଅ ଗୋଟି ବାଲି ଟ୍ରକ କୁ ତିର୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠି ସଦଳବଦଳେ ଯାଇ ଜବତ କରିଥିଲେ ଓ ପାଞ୍ଚ ଜଣ ଡ୍ରାଇଭର ଗିରଫ କରିଥିଲେ l ଗୋଟିଏ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଶ୍ରୀ ସେଠି ପ୍ରକାଶ କରିଛନ୍ତି l କେଶ ନମ୍ବର 554/ 25 ୟୁ.ଏସ 303(2)/3(5)ବି.ଏନସ ଆର. ଡବୁଲ ସେକସନ 51 ଓଏମଏମସି ରୁଲ /ସେକସନ-12 ଦଫା ରେ ରୁଜୁ କରାଯାଇଛି
