**ନୂଆପଡା ଉପ ନିର୍ବାଚନ ନେଇ ପ୍ରଚାର ଜୋର ଧରିଅଛି। ଉପ ମୁଖ୍ୟ ମନ୍ତ୍ରୀଙ୍କ ରୋଡ ଶୋ,ପଦଯାତ୍ରା, ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ପ୍ରଚାର ଜୋର ଧରିଅଛି। ଉପ ମୁଖ୍ୟ ମନ୍ତ୍ରୀଙ୍କ ରୋଡ ଶୋ,ପଦଯାତ୍ରା 0କରିଛନ୍ତି। ଶତାଧିକ କର୍ମୀଙ୍କ ସହ ଉଦ୍ୟାନବନ୍ଧ ରେ ପଦଯାତ୍ରା କରିଥିବା ବେଳେ ଉଦ୍ୟାନବନ୍ଧ ସାପ୍ତାହିକ ବଜାର ରେ ବୁଲି ଥିଲେ। ବଜାର ରେ ପନିପରିବା ମହିଳା ବ୍ୟବସାୟୀଙ୍କୁ ସାକ୍ଷାତ କରି ତାଙ୍କ ସହ କଥା ହୋଇଥିଲେ। ସେହିପରି ମହିଳା ବ୍ୟବସାୟୀ ର ହାତ ପାପୁଲି କୁ ପରକ୍ଷି ଦେଖିଥିଲେ।ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ଅନେକ ପରିବାର ଙ୍କୁ ସାକ୍ଷାତ କରିଥିଲେ। ବଜାର ରେ ବୁଲି ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ପାଇ ଆହ୍ବାନ କରିଥିଲେ। ୧୬ ମାସର ସରକାର ବିକାଶ ପାଇଁ ଦାୟିତ୍ବ ନେବା ସହ ନିର୍ବାଚନ ପୂର୍ବରୁ ୧୧ ଶହ କୋଟି ଟଙ୍କା ର ବିକାଶ ପ୍ରକଳ୍ପ ଅନୁମୋଦନ କରିବା ସହ ମେଡିକାଲ କଲେଜ୍ ର କାମ ସହ ନୂଆପଡ଼ା ବିକଶିତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶୋଭାଯାତ୍ରା ରେ ବରିଷ୍ଠ ନେତା ଶିବ ପ୍ରସାଦ ମୁଣ୍ଡ, ଅଭିନନ୍ଦନ ପଣ୍ଡା, ବହୁ କର୍ମୀ ମାନେ ଯୋଗ ଦେଇଥିଲେ।
