
ସାଇବର୍ ଗ୍ୟାଙ୍ଗ ଜାଲରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି l
ଡିଜିଟାଲ୍ ଆରେଷ୍ଟ’ର ଭୟ ଦେଖାଇ ଲୁଟିନେଲେ ୧୪ଲକ୍ଷ l
ସ୍ଥାନ : ଗଞ୍ଜାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ବଢ଼ି ଚାଲିଛି ସାଇବର୍ ଅପରାଧ ପ୍ରାୟତଃ ନିୟମିତ ସାଇବର୍ ଗ୍ୟାଙ୍ଗର ଜାଲରେ କେହି ନା କେହି ପଡ଼ି ଲକ୍ଷାଧିକ ଟଙ୍କା ହରାଉଛନ୍ତି । ସାଇବର୍ ଅପରାଧୀଙ୍କ ଜାଲରୁ ବର୍ଷିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା କରାଯାଉଛି । ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏଥିନେଇ ସଚେତନ କରାଯାଉଛି । ସାଇବର ଅପରାଧୀଙ୍କ ଜାଲରେ ଅଧିକାଂଶ ଶିକ୍ଷିତ ବର୍ଗର ଲୋକ ଶିକାର ହେଉଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ବି ଏଥିରୁ ବର୍ଷିପାରି ନାହାନ୍ତି। ‘ଡିଜିଟାଲ୍ ଆରେଷ୍ଟ’ର I’ ର ଭୟ ଦେଖାଇ ସାଇବର ଅପରାଧୀ କୁଳପତିଙ୍କ ଠାରୁ ୧୪ଲକ୍ଷ ଟଙ୍କା ଠକି ନେଇଥିବା ବେଳେ , ବ୍ୟାଙ୍କ କର୍ତ୍ତୃପକ୍ଷ ସାମାନ୍ୟ କେଁ ପୁରାଇବାରୁ ୩୦ଲକ୍ଷ ଟଙ୍କା ଠକେଇରୁ ବର୍ଷିଯାଇଥିବା ସୂଚନା ମିଳିଛି କୁଳପତିଙ୍କ ଭଳି ଜଣେ ସଚେତନ ଓ ଶିକ୍ଷିତ ମହିଳା ସାଇବର୍ ଅପରାଧୀଙ୍କ ଜାଲରେ ପଡ଼ିବା ଏବଂ ତାଙ୍କ ଠାରୁ ୧୪ଲକ୍ଷ ଟଙ୍କା ଠକେଇ ହେବା ଘଟଣା ସ୍ତବ୍ଧ କରିଦେଇଛି l ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ୧୨ ତାରିଖ ଦିନ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଇଡି ଅଫିସର ବୋଲି ପରିଚୟ ଦେଇଥିଲା। କୁଳପତିଙ୍କୁ ଏକ ଇଡି ମାମଲାରେ ସଂପୃକ୍ତ ଥିବା କହିଥିଲା କୁଳପତିଙ୍କ ନାମରେ କାନରା ବ୍ୟାଙ୍କରେ ଏକ ଆକାଉଣ୍ଟ୍ ଖୋଲାଯାଇଥିବା ଏବଂ କୋଟି କୋଟି ଟଙ୍କା ଏଥିରେ ଜମା ହୋଇଥିବା କହି ତାଙ୍କୁ ଡିଜିଟାଲ୍ ଆରେଷ୍ଟ କରାଯାଇଥିବା କହିଥିଲା ଫୋନ୍ କରିଥିବା ବ୍ୟକ୍ତିଜଣକ ୧୪ଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ଦେବା ପରେ ଡିଜିଟାଲ୍ ଆରେଷ୍ଟରୁ ମୁକ୍ତ କରାଯିବ ବୋଲି କହିଥିଲା। ଫୋନ୍ କରିଥିବା ବ୍ୟକ୍ତିଙ୍କ କଥାରେ ବିଶ୍ଵାସ କରି କୁଳପତି ସେମାନେ ଦେଇଥିବା ଆକାଉଣ୍ଟରେ ୧୪ଲକ୍ଷ ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଗତକାଲି କୁଳପତି ଏନେଇ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ-୧୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଥିନେଇ କୁଳପତିଙ୍କ, ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ହେଁ ଯୋଗାଯୋଗ ହୋଇପାରିନାହିଁ । ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ୍.ଏମ୍ ଏଭଳି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କୁଳପତି ନିଜେ ଚେକ୍ ମାଧ୍ୟମରେ ଏହି ଟଙ୍କା ପଠାଇଥିବା କହିଛନ୍ତି। ସାଇବର୍ ଠକମାନେ ଅଧିକା ୩୦ଲକ୍ଷ ଟଙ୍କା ମାଗିବା ପରେ ସେ ଚେକ୍ ନେଇ ବ୍ୟାଙ୍କ୍କୁ ଯାଇଥିଲେ । କିନ୍ତୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଠାରେ ଚେକ୍ ଡିପୋଜିଟ୍ ହୋଇପାରିବ ନାହିଁ ବୋଲି କହିଥିଲେ । ନଚେତ୍ ଏହି ଟଙ୍କା ବି ସାଇବର୍ ଠକଙ୍କ ହାତକୁ ଚାଲିଯାଇଥାନ୍ତା ବୋଲି କହିଛନ୍ତି। ତେବେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ଏସ୍ପି ଡ. ଶ୍ରବଣ ବିବେକ ଏମ, କହିଛନ୍ତି । ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ