**ନୂଆପଡ଼ା ଜିଲ୍ଳା ଖୁଣ୍ଟିଆ ଭବନ ଠାରେ କଂଗ୍ରେସ ଦଳରେ ୨୦୦ ଉର୍ଦ୍ଧ ମହିଳା ଙ୍କ ଯୋଗଦାନ,ମହିଳାଙ୍କ ସୁରକ୍ଷା କଂଗ୍ରେସ ଦାୟିତ୍ବ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ସରଗରମ ହେଉଥିବା ବେଳେ ସଦର ମହକୁମା ସ୍ଥିତ ଖୁଣ୍ଟିଆ ଭବନ ଠାରେ କଂଗ୍ରେସ ଦଳରେ ୨୦୦ ମହିଳା ଙ୍କ ଯୋଗଦାନ କରିଛନ୍ତି। ମହିଳା ଭୋଟର କୁ ଆକୃଷ୍ଟ କରିବା ପାଇଁ ଅନେକ ରଣନୀତି କରୁଥିବା ବେଳେ ଘାସିରାମ ମାଝୀଙ୍କ ନିଷ୍ଠାବାନ ଦେଖି ମହିଳା ମାନେ କଂଗ୍ରେସ ରେ ସାମିଲ ହେଉଛନ୍ତି। ମହିଳାଙ୍କ ସୁରକ୍ଷା କଂଗ୍ରେସ ଦାୟିତ୍ବ ବୋଲି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରକାଶ କରିଛନ୍ତି। ଆଜି ୨୦୦ ରୁ ଉର୍ଦ୍ଧ ମହିଳା କର୍ମୀ ମାନେ ଯୋଗଦାନ କରିଛନ୍ତି। ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସାମିଲ ହୋଇ ଘାସିରାମ ଙ୍କ ପ୍ରଚାର ରେ ବୁଲିବା ପାଇଁ ନିଷ୍ପତି ନେଇଛନ୍ତି। ବିଜେପି ଏବଂ ବିଜେଡି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ କଂଗ୍ରେସ ମହିଳା ଙ୍କ ସୁରକ୍ଷା ଦାୟିତ୍ଵ ନେଇଥିବା ମାଝୀ ପ୍ରକାଶ କରିଛନ୍ତି। ମହିଳା ଜଗିଲେ ଗଣତନ୍ତ୍ର ସୁରକ୍ଷା ହେବା ସହ ଦେଶ ଜାଗୃତ ହେବ ବୋଲ ପ୍ରକାଶ କରିଛନ୍ତି।
