ଆହାତ ଧଳା ପେଚାକୁ ବଣ ବିଭାଗକୁ ହସ୍ତାନ୍ତର କଲା ଆଦର୍ଶ ଯୁବ ପରିଷଦ।
ସୋର: ଆଜି ମଧ୍ୟାହ୍ନ ସମୟରେ ଉତ୍ତରଶ୍ଵର ମାଛ ମାର୍କେଟ ରେ ଏକ ଧଳା ପେଚା ଆହାତ ହୋଇ ଗୋଟିଏ ଦୋକାନ ରେ ପଶିଯାଇଥିଲା। ସୂଚନାଯୋଗ୍ୟ ମାଛ ଦୋକାନି ଶରତଭାଇ ଙ୍କ ପୁଅ ଉକ୍ତ ଧଳା ପେଚା ର ବାମ ପାର୍ଶ୍ଵ ଡେଣା ର ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲେ। । ସେ ଏହି ବିଷୟରେ ଆଦର୍ଶ ଯୁବ ପରିଷଦ କୁ ଅବଗତ କରାଇଥିଲେ। ଖବର ପାଇ ପରିଷଦ ର ଦୁଇ ସଦସ୍ୟ ରତିକାନ୍ତ ବେହେରା ଓ ଅଞ୍ଜନ ଦାସ ପେଚାଟି ସୁରକ୍ଷିତ ଥିବାର ଦେଖିବାକୁ ପାଇ ବନବିଭାଗକୁ ଜଣାଇଥିଲେ। ସନ୍ଧ୍ୟା ରେ ସଂପୃକ୍ତ ମାଛ ଦୋକାନୀ ଏବଂ ପରିଷଦ ର ସଦସ୍ୟ ବଣ ବିଭାଗକୁ ଆହାତ ପେଚା କୁ ସୁରକ୍ଷିତ ହସ୍ତାନ୍ତର କରିଥିଲେ। ଉକ୍ତ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ଆଦର୍ଶ ଯୁବ ପରିଷଦ ଏବଂ ଉକ୍ତ ମାଛ ଦୋକାନୀ କୁ ସାଧୁବାଦ ଜଣାଇଥିଲେ।
