ଲୁହାପଙ୍କ ଗ୍ରାମବାସୀ ରାସ୍ତା ନିର୍ମାଣ କାର୍ଯ୍ୟ ଅନିୟମିତତା କୁ ନେଇ ଉପଜିଲ୍ଲାପାଳ ଦାବୀ ପତ୍ର।
ରେଢ଼ାଖୋଲ ,(ଭଞ୍ଜ ଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତ ୫୫ ନଂ ଜାତୀୟ ରାଜପଥ ଠାରୁ ଗାଡୁମୁଣ୍ଡା ଆରଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକାଦାର ଙ୍କ ମନମୁଖୀ ଏବଂ ଅନିୟମିତତା କାର୍ଯ୍ୟ କୁ ନେଇ ବୁଧୁବାର ଦିନ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ପହଞ୍ଚି ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ରାସ୍ତା ନିର୍ମାଣରେ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ କରୁଛି, ରାଜସ୍ବ ନୀରିକ୍ଷକ ଙ୍କ ବିନା ସହାୟତାରେ କାର୍ଯ୍ୟ ଚାଲିଛି। ଗ୍ରାମରେ ଥିବା ଏକ ବିଦ୍ୟାଳୟରେ ବିନା ଅନୁମତିରେ ଠିକାଦାର ରାସ୍ତା ନିର୍ମାଣ ସାମଗ୍ରୀ ଯଥା ଚିପସ୍, ବାଲି, ଡ଼ଷ୍ଟ ଇତ୍ୟାଦି ସ୍କୁଲ ପରିସରରେ ରଖାଯାଇଛି। ଏଥିରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ସହିତ କୋଳାହଳ ସୃଷ୍ଟି ହେଉଅଛି। ପୂର୍ବରୁ ଥିବା ପଞ୍ଚାୟତ ସମିତି କଂକ୍ରିଟ ରାସ୍ତା, ରାସ୍ତା ନିର୍ମାଣ ପାଇଁ ଲୋଡଙ୍ଗି ହାଇୱା ଗାଡି ବାରମ୍ବାର ଚାଲିବାରୁ ରାସ୍ତା ନଷ୍ଟ ହୋଇଯାଇଛି। ଗ୍ରାମର ଥିବା ନାଳ ଗୁଡିକରୁ ଶହ ଶହ ସଂଖ୍ୟାରେ ବେଆଇନ ଭାବେ ବାଲି ଖନନ କରାଯାଉଥିବାରୁ ପ୍ରାକୃତିକ ପରିବେଶ ନଷ୍ଟ ହେବାକୁ ଲାଗିଛି। ଜେଇ ଙ୍କ ଅନୁପସ୍ଥିତିରେ ରାତ୍ରି ସମୟରେ ନିମ୍ନ ମାନର କାର୍ଯ୍ୟ ସମ୍ପାଦନ କରାଯାଉଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଛି। ରାସ୍ତାରେ ଥିବା ଗଛ ଏବଂ ଇଲେଟ୍ରି ପୋଲ ଗୁଡ଼ିକୁ ନ ହଟାଇ ରାସ୍ତା କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି। ଏଥିରେ ଉପଜିଲ୍ଲାପାଳ ଶ୍ରୀ ମହନ୍ତ ଗ୍ରାମବାସୀ ମାନଙ୍କ ସମସ୍ୟା ଗୁଡ଼ିକ ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦାବୀ ପତ୍ର ବେଳେ ପିଣ୍ଟୁ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ବିଶ୍ଵାମିତ୍ର ବେହେରା, ବିଦେଶୀ ପ୍ରଧାନ, ନରେଶ ବେହେରା, ବିନୋଦ ବିହାରୀ ସ୍ୱାଇଁ, ମୁକ୍ତା ପ୍ରଧାନ, ଦୁତି ସାହୁ ପ୍ରମୁଖ ସମେତ ଗ୍ରାମର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ମାନେ ସାମିଲ ରହିଥିଲେ।
