*ନୂଆପଡ଼ା ଉପ ନିର୍ବାଚନ ନେଇ ପ୍ରଥମ ପ୍ରଦେଶ କିଷାନ କଂଗ୍ରେସ ପ୍ରଥମ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ନେଇ ପ୍ରଥମ ପ୍ରଦେଶ କିଷାନ ନ କଂଗ୍ରେସ ପ୍ରଥମ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଅଛି। ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଅଧ୍ୟକ୍ଷତା ରେ ନୂଆପଡ଼ା କୃଷକ ଙ୍କ ଅଧିକାର ଏବଂ ହକ ପାଇଁ ଲଢେଇ ପାଇ ଆହ୍ବାନ କରିଥିଲେ। ସଭା ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅଭୟ କୁମାର ସାହୁ, ପ୍ରଦେଶ କଂଗ୍ରେସ କିଶନ ସେଲ ଉପ ସଭାପତି ଆଲୋକ ଗୁରୁ, ନୂଆପଡ଼ା କିଷାନ ସେଲ ଜିଲ୍ଲା ଅଧ୍ୟକ୍ଷ ମହମ୍ମଦ ଇସାଦ, ୨୯ ଗୋଟି ଜିଲ୍ଲାର କିଷାନ ସେଲ ଅଧ୍ୟକ୍ଷ ମାନେ ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ କୃଷି ଏବଂ କୃଷକ ର ଅଧିକାର ହକ ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଅଛି। କୃଷକ ମାନେ ସଙ୍ଗଠିତ ହୋଇ ଆଦିବାସୀ ନେତା ଘାସିରାମ ମାଝୀ କୁ ବିଜୟ କରି ବିଧାନ ସଭା କୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି।ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ।
