କେପାସିଟି ବିଲ୍ଡିଂ ଫର୍ ୟୁଥ୍ ଅନ୍ ଇକୋ-କ୍ଲାସ୍ କର୍ମଶାଳା ଆୟୋଜନ
ଭବାନୀପାଟଣା,… (କିଶନ ଶର୍ମା)- ଗତ ୧୭ ତାରିଖ ଶୁକ୍ରବାର ଦିନ କଳାହାଣ୍ଡି ଚାରୁକଳା ଓ ଗବେହଣା ମହାବିଦ୍ୟାଳୟରେ ସେଣ୍ଟର ଅଫ୍ ଏନ୍ଭାର୍ମେଣ୍ଟ ଷ୍ଟଡିସ ଫରେଷ୍ଟ ଏନ୍ଭାର୍ମେଣ୍ଟ ଏଣ୍ଡ୍ କ୍ଲାଇମେଟ୍ ଚେଞ୍ଜ ଡିପାଟ୍ମେଣ୍ଟ ତରଫରୁ କେପାସିଟି ବିଲ୍ଡିଂ ଫର୍ ୟୁଥ୍ ଅନ୍ ଇକୋ-କ୍ଲାସ୍ କର୍ମଶାଳା ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ବିଶିଷ୍ଟ କଳାକାର ସ୍ଥାପତ୍ୟ ଜୟନ୍ତ ଦାସ, ଭୁବନେଶ୍ୱର, ପ୍ରାକ୍ତନ ଅଧ୍ୟକ୍ଷ ଖଲିକୋଟ, ମୁଖ୍ୟ ଅତିଥି ଭାବେ, ଡ. ଉମେଶ ଚନ୍ଦ୍ର ଶତପଥି (ଶିକ୍ଷାବିତ୍), ଶିକ୍ଷକ, ସର୍ବେଶ୍ୱର ଭୋଇ ଏବଂ ଚିଣ୍ଟୁ ପ୍ରସାଦ ନାଏକ (ଅଧ୍ୟକ୍ଷ, କେ.ସି.ଏ.ଆର୍.) ବିଶିଷ୍ଟ ଲୋକ ଓ ସ୍ଥାପତ୍ୟ କଳାକାର ସଭାପତିତ୍ୱ କରିଥିଲେ ଓ ଉକ୍ତ କର୍ମଶାଳାରେ ଜଗଦିସ୍ ପାଣିଗ୍ରାହି ଓ ଡ. ବିପ୍ର ଚରଣ ନାଏକ କଣ୍ଡେଇ କଳାକାର, ଗଂଜାମ, କୌବଲ୍ୟ ରଣା, ଭଙ୍ଗାବାରି (ଟେରାକୋଟା କଳାକାର), ରାଜେଶ ମହାରଣା (କାମଠଣା) ଉଡ୍ କାରରିଂଗ୍ ଭବାନୀପାଟଣା, ଘାସିରାମ ନାଗ, ବାଉଁଶ କାମ, ଐଶ୍ୱରୟା ପାଢି ପେପର୍ କ୍ରାଫ୍ଟ, ପରି ସାହୁ, ପେପର୍ କ୍ରାଫ୍ଟ, ରିସଚ୍ ପର୍ସନ୍ ଥିଲେ ଥବୁର ପ୍ରସାଦ ୟାଦବ, ମନୋଜ ରାଉତ, ସସ୍ମିତା ପଟେଲ ସହଯୋଗ କରିଥିଲେ। ଶେଷରେ କେ.ସି.ଏ.ଆର୍. ର ସଂପାଦକ କମଲ କିଶୋର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।
