ଅନ୍ତର୍ନିହିତ ପ୍ରତିଭା କୁ ପ୍ରସ୍ପୁଟିତ କରାଏ ସୁରଭି
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧିନସ୍ଥ କୋଚିଳାଖୁଣ୍ଟା କ୍ଲଷ୍ଟର ଅନ୍ତର୍ଗତ ବାଗୁଲି ଆଶ୍ରମ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହ ରେ ବାଗୁଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁଙ୍କ ଅଧ୍ୟକ୍ଷତାରେ ମହାମାନ୍ଯ ବରେଣ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଭିରାମ ନାୟକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ବଡ଼ସାହି, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ନେଇଥିବା ଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାନ୍ତି ମହୋଦୟ, ସୁଶ୍ରୀ ବାସନ୍ତୀ ସିଂ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବଡ଼ସାହି, କୋଚିଳାଖୁଣ୍ଟା କ୍ଲଷ୍ଟର ର ସି ଆର୍ ସି ସି ଶ୍ରୀମତୀ ମୀନତି ପଣ୍ଡା ମହୋଦୟା ଯୋଗଦେଇଥିଲେ I ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ 185 ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବିତର୍କ , ବକ୍ତୃତା, ଚିତ୍ରାଙ୍କନ, ଗଳ୍ପକଥନ, ସାଧାରଣ ଜ୍ଞାନ ଓ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ବାସନ୍ତୀ ସିଂ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସାଂସ୍କୃତିକ ଦଳଗତ ନୃତ୍ୟରେ ବାଗୁଲି ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ନୃତ୍ୟ ଶ୍ରେଷ୍ଠ ବିବେଚିତ ହୋଇ ବ୍ଲକ ସ୍ତରୀୟ ସୁରଭିକୁ ଯୋଗ୍ୟ ବିବେଚିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି, ଲୁଗୁ ସିଂ, ମୃତ୍ୟୁଞ୍ଜୟ ଦାସ, ବିଜୟ କୁମାର ନାଏକ, ନୀରଦ ସୁନ୍ଦର ଜେନା, ସୁଧୀର କୁମାର ବାରିକ,ତଥା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
