ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ।
ଜିଲ୍ଲା ସ୍ତରୀୟ “ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ” ଉପଲକ୍ଷେ ଭବାନୀପାଟଣା ବ୍ଲକ୍ କନ୍ଫରେନ୍ସ ହଲରେ ଏକ ବିଶେଷ କାର୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟକ୍ରମରେ ଉପ-ନିର୍ଦ୍ଦେଶକ (ପ୍ଲାନିଂ), ଶ୍ରୀକାନ୍ତ ଦଲେଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ ମୁଜିବୁନ ନିସା, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜେଜେବି ସଦସ୍ୟ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ମହିଳା ହବ୍ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଅଙ୍ଗନବାଡି ଇସିସି ଟ୍ରେନିଂ ବିଶ୍ଵନାଥ ଦାଶ , ଏଡ ଏଟ ଆକ୍ସନ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ଆଈସିଡ଼ିଏଶ କର୍ମଚାରୀବୃନ୍ଦ, ଆଙ୍ଗନବାଡି କର୍ମୀ ଏବଂ କିଶୋରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନାରୀ ସାଧନାର ପ୍ରତୀକ ସୁଶ୍ରୀ ପତିଭା ପ୍ରିୟଂଶିତା ରାଉତଙ୍କୁ ତାଙ୍କ ଉଲ୍ଲେଖନୀୟ ସାମାଜିକ କାର୍ୟ ପାଇଁ ସମ୍ମାନିତ କରାଯାଇଥିଲା। କିଶୋରୀମାନଙ୍କ ମଧ୍ୟରେ ସଚେତନତା ଓ ସଶକ୍ତିକରଣ ବୃଦ୍ଧି ପାଇଁ କୁଇଜ୍, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ୟକ୍ରମ ମାଧ୍ୟମରେ ଝିଅ ଶିଶୁମାନଙ୍କ ଅଧିକାର, ସଶକ୍ତିକରଣ ଓ ନେତୃତ୍ୱ ଭୂମିକା ସମ୍ପର୍କରେ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ମୁଜିବୁନ ନିଷା ସମସ୍ତଙ୍କୁ ସ୍ବାଗତ ଜଣେଇଥିଲେ, ଜିଲ୍ଲା ସଂଯୋଜକ ଅଙ୍ଗନବାଡି ଇସିସି ଟ୍ରେନିଂ ବିଶ୍ଵନାଥ ଦାଶ ମଞ୍ଚ ପରିଚାଳନା କରିଥିଲେ ଏବଂ ଜିଲ୍ଲା ମହିଳା ହବ୍ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ ସମସ୍ତ ଅତିଥି ଓ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଲେ।
