*ନୂଆପଡା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସମ୍ମିଳନୀ କକ୍ଷ ଠାରେ ନୂଆପଡ଼ା ଉପ ନିର୍ବାଚନ ନେଇ ଆନ୍ତ ରାଜ୍ୟ ଓ ଆନ୍ତ ଜିଲ୍ଲା ପୋଲିସ ଅଧିକାରୀଙ୍କ ସମନ୍ଵୟ ବୈଠକ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସୀମା ପଡୋଶୀ ରାଜ୍ୟ ଛତିଶଗଡ଼ କୁ ଲାଗି ରହିଥିବା ବେଳେ ଉପ ନିର୍ବାଚନ ରେ କଡା ସୁରକ୍ଷା ବ୍ୟବସ୍ଥା ହାତକୁ ନେବା ପାଇଁ ଉଭୟ ରାଜ୍ୟ ପୋଲିସ ସହ ଜିଲ୍ଲା ସୀମା କୁ ମଧ୍ୟ ଲାଗି ରହିଅଛି। ତେଣୁ ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସମ୍ମିଳନୀ କକ୍ଷ ଠାରେ ନୂଆପଡ଼ା ଉପ ନିର୍ବାଚନ ନେଇ ଆନ୍ତ ରାଜ୍ୟ ଓ ଆନ୍ତ ଜିଲ୍ଲା ପୋଲିସ ଅଧିକାରୀଙ୍କ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ନିର୍ବାଚନ କୁ ଅବାଧ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବା ନେଇ ସମସ୍ତ ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛନ୍ତି। ଜିଲ୍ଲା ସୁରକ୍ଷା ସର୍ଭିଲେନ୍ସ ଦଳ ପେଟ୍ରୋଲିଂ କରୁଥିବା ବେଳେ ରାଜ୍ୟ ସୀମା ରେ ସୁରକ୍ଷା ବାହୀନି ଯାଞ୍ଚ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କୁ କଡା କୁଡ଼ି କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ ଙ୍କ ନିର୍ଦ୍ଧେଶ ପରେ ଜିଲ୍ଲା ରେ ସୁରକ୍ଷା ବ୍ୟବସ୍ଥା ଏଲାର୍ଟ ରହିଛନ୍ତି ।
