ପାଣିଘରା ଠାରେ ନିର୍ମାଣାଧୀନ ଇନଟେକ ଉଏଲ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ :-
(ସୋମବାର) ଅପରାନ୍ହ ଘ. 3.30 ମିନିଟ ସମୟରେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ମହାନଦୀରୁ ପାନୀୟ ଜଳ ଯୋଗାଣ ସକାଶେ ନିର୍ମାଣାଧିନ ଇନଟେକ ଉଏଲ୍ କୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ l ଆଜି ଜିଲ୍ଲାପାଳ ଶ୍ରୀ ନାୟକ ହରଭଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ପରେ ହରଭଙ୍ଗା ବ୍ଲକ ର ଉକ୍ତ ପ୍ରକଳ୍ପକୁ ଅଚାନକ ଗସ୍ତ କରିଥିଲେ | ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ଯ ଦେଖିବା ସହ ଶୀଘ୍ର କାର୍ଯ୍ଯ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ପରିଦର୍ଶନ ସମୟରେ କାନ୍ଧମାଳ ଜ଼ିଲ୍ଲାପାଳ ଶ୍ରୀ ଭେଦ ଭୂଷଣ,ଉପ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ ଓ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l କନ୍ଧମାଲ ଜ଼ିଲ୍ଲାପାଳ ଙ୍କ ସହ ହରଭଙ୍ଗା ବ୍ଲକ ସ୍ଥିତ ପାଣିଘରା ଜଳ ପ୍ରକଳ୍ପ ବୁଲି ଦେଖିଲେ,ଏଥିସହ ହରଭଙ୍ଗା ଠାରେ ଥିବା ବିଶୁଦ୍ଧ ପାଣି ଟାଙ୍କି କୁ ମଧ୍ୟ ବୁଲି ଦେଖିଥିଲେ lକୃଷ୍ଣ ସିଂହ ଙ୍କ ରିପୋର୍ଟ ଭଂଜଦୂତ ନିଉଜ଼
