*ଖରୀଆର ରୋଡ ସ୍ଥିତ ଗଣପତି ପେଲେସ ରେ ବିଜେଡି ନେତା ଓ କର୍ମୀଙ୍କ ଖଟି, ଜୟ ଢୋଲକିଆ ଙ୍କ ଶଙ୍ଖ ବଦଳରେ ପଦ୍ମ ଧରିବ ଆଶଙ୍କା ଦୃଢୀଭୂତ ନେଇ ନେତାଙ୍କ ସଂଖ୍ୟା କମିବାରେ ଲାଗୁଛି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସ୍ଥିତ ଗଣପତି ପେଲେସ ରେ ବିଜେଡି ନେତା ଓ କର୍ମୀଙ୍କ ଖଟି ଜମୁ ଥିବା ବେଳେ ଜୟ ଢୋଲକିଆ ଙ୍କ ଶଙ୍ଖ ବଦଳରେ ପଦ୍ମ ଧରିବ ଆଶଙ୍କା ଦୃଢୀଭୂତ ନେଇ ନେତାଙ୍କ ସଂଖ୍ୟା କମିବାରେ ଲାଗୁଛି। ଜିଲ୍ଲା ବିଜେଡ଼ି ସଭାପତି ଙ୍କ ଠାରେ ଏହି ବିଷୟ ନେଇ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି। ସମଗ୍ର ରାଜ୍ୟ ରେ ନୂଆପଡ଼ା ଉପ ନିର୍ବାଚନ ନେଇ ସରଗରମ ରହିଥିବା ବେଳେ ଦଳ ପରିବର୍ତ୍ତନ ଏବଂ ମିଶ୍ରଣ ପର୍ବ ନେଇ ନୂଆପଡ଼ା ଜିଲ୍ଲା ର ସମୀକରଣ ମଧ୍ୟ ଭିନ୍ନ ମୋଡ଼ ନେଇ ପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି।
