*ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷ ରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷ ରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଖରୀଆର ରୋଡ ଏବଂ କୋମନା ଠାରେ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବହୁ ଯୁବକ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ନେତୃତ୍ୱରେ ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ନିରଂଜନ ପୂଜାରୀ, ଦେବିପ୍ରସାଦ ମିଶ୍ର , ସାରଦା ପ୍ରସାଦ ନାଏକ ପ୍ରଣବ ପ୍ରକାଶ ,ଲମ୍ବୋଦର ନୀଆଲ, ଏବଂ ସାଧାରଣ ସମ୍ପାଦକ ପ୍ରମୁଖ ଯୋଗ ଦେଇ କର୍ମୀଙ୍କୁ ନିର୍ବାଚନ ମଇଦାନ ରେ ନିଜର ଅଗ୍ନି ପରୀକ୍ଷା ଦେବାକୁ ଆହ୍ବାନ କରିଛନ୍ତି।
