ଜିଲ୍ଲସ୍ତରୀୟ ବିଜ୍ଞାନ ସେମିନାର -୨୦୨୫ ଅନୁଷ୍ଠିତ
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ଯାଜପୁର ଜିଲ୍ଲାର ପି ଏମ ଶ୍ରୀ ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍ଖଚିଲା ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପତ୍ରବାଚନ (District Level Science Seminar), ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦ ଟି ବ୍ଲକରୁ ୧୦ ଜଣ, ପ୍ରତି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରତିଯୋଗୀ ରୂପେ ଅଂଶଗ୍ରହଣ କରିଥିଲେ l କ୍ୱାଣ୍ଟମ ଯୁଗ ଆରମ୍ଭ : ସମ୍ଭାବନା ଓ ଆହ୍ୱାନ ବିଷୟ ବସ୍ତୁକୁ ନେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ତଥ୍ୟକୁ ବିଚାରକମାନଙ୍କ ନିକଟରେ ଉପସ୍ଥାପନା କରିଥିଲେ l ବିଚାରକ ରୂପେ ବ୍ୟାସ ନଗର ମହାବିଦ୍ୟାଳୟ, ଯାଜପୁର ରୋଡ଼ର ପ୍ରଧ୍ୟାପକ ସନ୍ତୋଷ କୁମାର ରଥ ଓ ଅଧ୍ୟାପକ ଜୀବନ କୁମାର ସାହୁ ସହଯୋଗ କରିଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଜିତ ବାରିକଙ୍କ ସଭାପତିତ୍ବରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଯୋଗଦାନ କରି ବିଜ୍ଞାନ ପତ୍ରବାଚନର ଆଭିମୁଖ୍ୟ ଓ ପ୍ରତଯୋଗିତାର ନିୟମାବଳୀ ଉପରେ ଆଲୋକପାତ କରିଥିଲେ l ଏହି ପ୍ରତିଯୋଗିତାରେ ବିଦ୍ୟାଂଶୀ ସାମଲ, ଓ ଏ ଭି, ଉତ୍ତରକୂଳ ପ୍ରଥମ, ସାଇ ଶିବମ ସ୍ୱାଇଁ, ଓ ଏ ଭି, ଜାମଧର ଦ୍ୱତୀୟ ଓ ଲିପ୍ସା ପଣ୍ଡା, ରାମଲକ୍ଷ୍ମଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡରା ତୃତୀୟ ସ୍ଥାନ ଅଧିକାର କରଛନ୍ତି l ଅପରାହ୍ନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇ ବିଜେତାମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତାର ପ୍ରଥମ ବିଜେତା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହେଲେ l
