ମିଛ ଖବର ପ୍ରଚାର ଆଉ ପ୍ରସାର ଉପରେ ସ୍ପଷ୍ଟୀକରଣ ରଖିଲେ ଯୁବ ସମାଜସେବୀ ଚନ୍ଦନ ମଲ୍ଲିକ :
ରେମୁଣା ନିର୍ବାଚନ ମଣ୍ଡଳୀର ସମାଜସେବୀ ତଥା ଯୁବନେତା ଚନ୍ଦନ ମଲ୍ଲିକଙ୍କ ଏସ ଆଇ ଚାକିରି କେଳାଙ୍କାରି ସହ ଜଡ଼ିତ ତଥା କ୍ରାଇମବ୍ରାଞ୍ଚର ପଚରା ଉଚୁରାକୁ ନେଇ ଗତ ଦୁଇ ତିନି ଦିନ ଧରି କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରହିଥିବା ବେଳେ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲ୍ଲିକ ଏ ବାବଦରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ଶ୍ରୀ ମଲ୍ଲିକ ଏସବୁ ମିଥ୍ୟା ପ୍ରଚାର ପ୍ରସାରକୁ ଖଣ୍ଡନ କରିଥିବା ବେଳେ, ସେ କୈଣସି ଚାକିରି କେଳାଙ୍କାରିରେ ଜଡ଼ିତ ନ ଥିବା କଥା ସ୍ପଷ୍ଟ କରିଥିଲେ। ସେ ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ କରି ଆସୁଥିବା ବେଳେ, କେହି ବ୍ୟକ୍ତି ବିଶେଷ କେଉଁ କାରଣରୁ ଏଭଳି ଚକ୍ରାନ୍ତ କରି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି ଏହା ବି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏ ବାବଦରେ ଆଗକୁ ସେ ନ୍ୟାୟ ପାଇବା ପାଇଁ ଜିଲ୍ଲା ପ୍ରଶାସନ ତଥା ନ୍ୟାୟିକ ବ୍ୟବସ୍ଥା ପାଖରେ ନିବେଦନ କରିବା ସହ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଉପରେ ଆଇନଗତ ପଦକ୍ଷେପ ନେବେ ବୋଲି ସ୍ପଷ୍ଟ ମତ ରଖିଛନ୍ତି। ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
