ମହିଳାଙ୍କୁ ଶାଶୁ ଘର ଲୋକଙ୍କ ଅମାନବୀୟ ଆକ୍ରମଣ,
ଦଶରଥପୁର, :- ଜଣେ ବିବାହିତ ମହିଳାଙ୍କୁ ଶାଶୁ ଘର ଲୋକ କରିଛନ୍ତି ଲୋମ ଟାଙ୍କୁରା ଆକ୍ରମଣ, ଯାହାକି ଦେଖାଇବା କିମ୍ବା ବଖାଣିବା ଅସମ୍ଭବ, ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧୀନରେ, ସୂଚନା ଅନୁସାରେ ଶାଶୁ ଘର ଲୋକ ପ୍ରଣତି ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଗରମ ବିଦ୍ୟୁତ୍ ଇସ୍ତ୍ରୀକୁ ଜଙ୍ଘ, ହାତ, ପେଟ, ପିଠି, ଛାତି ଏବଂ ଯୌନାଙ୍ଗରେ ଚେଙ୍କ ଲଗାଇଛନ୍ତି, ଫଳରେ ଶରୀରରେ ଏକାଧିକ ସ୍ଥାନରେ ସିଝି ଫୋଟକା ହୋଇଯାଇଥିବା ଦେଖିବାକୁ ମିଳିଛି, ପାଟିରୁ ଫେଣ ବାହାରିବ ସହିତ କଥା କହି ପାରୁନଥିବା ଜଣାପଡିଛି, ଏହିଭଳି ଅବସ୍ଥାରେ ଶାଶୂଘର ଲୋକ ସେଠାରେ ଆକ୍ରମଣ କରି ଶାଶୁ ଛବିରାଣୀ ଦାସ ଏବଂ ସ୍ୱାମୀ ଜଗବନ୍ଧୁ ଦାସଙ୍କ ସମେତ ଅନ୍ୟ ପରିବାର ଲୋକ ବାପ ଘର ଦିହୁଡିସାହି ଠାରେ ଏକ ଅଟୋରେ ଛାଡି ପଳାଇଥିଲେ, ପ୍ରଣତିର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଶାଶୁ ଛବରାଣୀଙ୍କୁ ଅଟକାଇ ଥିବାବେଳେ ସ୍ୱାମୀ ଜଗବନ୍ଧୁ ଏବଂ ଅଟୋ ଚାଳକ କୌଶଳକ୍ରମେ ଖସିଯାଇଥିଲେ, ପ୍ରଣତିଙ୍କୁ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି, ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଡାକ୍ତର ସୂଚନା ଦେଇଛନ୍ତି, ପ୍ରକାଶଥାଉ କି ମଙ୍ଗଳପୁର ଥାନା ଅଧିନସ୍ଥ କନିକାପଡା ପଞ୍ଚାୟତ ଦିହୁଡିସାହି ଗ୍ରାମର ସ୍ବର୍ଗତ ଅରୁଣ ଦାସଙ୍କ ଝିଅ ପ୍ରଣତି ଦାସ (୩୨) ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ କଲ୍ୟାଣୀ ଗ୍ରାମର ଜଗବନ୍ଧୁ ଦାସ (୩୮) ଙ୍କୁ ବିବାହ କରିଥିଲେ, ବିବାହ ପରେ ଶାଶୂଘର ଲୋକେ ବାରମ୍ବାର ଆକ୍ରମଣ କରି ଆସୁଥିଲେ, ଗତ ବର୍ଷ ମରଣାନ୍ତକ ଆକ୍ରମଣ କରିଥିବାବେଳେ ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରିଥିଲେ, ପ୍ରଣତିଙ୍କ ମା ଜୋତ୍ସ୍ନାରାଣୀ ଦାସ ଏଥିନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି…
