
ବାଲେଶ୍ୱର ଜିଲ୍ଲା ର ସୋର ସହର ଅସ୍ଥାୟୀ ଭାବେ ଚାଳିଥିବା ସୋର ବସ୍ ଷ୍ଟାଣ୍ଡ ରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ରାଜ୍ୟ ତଥା ରାଜ୍ୟ ବାହରକୁ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ସୋର ବସ୍ ଷ୍ଟାଣ୍ଡ ଏକମାତ୍ର ଭରଷା ର କେନ୍ଦ୍ର। ସ୍ୱାଧୀନତା ର 78 ବର୍ଷ ପରେ ବି ସୋର ର ଏକ ସ୍ଥାୟୀ ବସ୍ ଷ୍ଟାଣ୍ଡ ନ ଥିବାରୁ ଏହା ଏକ ଦୁଃଖ ର ବିଷୟ। ଦୈନଦିନ ପ୍ରାୟ 100 ରୁ ଅଧିକ ବସ୍ ଯାତାୟାତ କରୁଥିବା ବେଳେ ସୋର ଏକ ସ୍ଥାୟୀ ବସ୍ ଷ୍ଟାଣ୍ଡ ନଥିବା ଏହା ଏକ ଦୁର୍ଭାଗୀୟ ଘଟଣା। ସୋର ରୁ କୋଲକାତା, ପୁରୀ, ଭୁବନେଶ୍ବର, ରାଞ୍ଚି ,କଟକ କୁ ପ୍ରାୟ ୧୦୦୦ ରୁ ଅଧିକ ଲୋକ ଯାତାୟତ କରନ୍ତି। ସୋର ଉପରେ ଖଇରା ,କୁପାରୀ, ମାର୍କୋଣା, ବାସୁଦେବପୁର, ଅନନ୍ତପୁର ,ବାହାନଗା, ଔପଦା, ନୀଳଗିରି ଇତ୍ୟାଦି ଅଞ୍ଚଳରେ ଲୋକ ନିର୍ଭରଶୀଳ । ଲୁହା ପିଲର ତଳେ ଦୁଇ ତିନି ଖଣ୍ଡ ଆଜବେଷ୍ଟଷ୍ ଲଗାଇ ବସ୍ ଷ୍ଟାଣ୍ଡ ଚାଳୁଥିବା ବେଳେ ଲୋକ ମାନେ ସେଥିରେ ଶୀତ, ଖରା ବର୍ଷା ସହି ନିଜର ଗତବ୍ୟ ସ୍ଥଳ କୁ ଯାତାୟାତ କରୁଥାନ୍ତି। ବସ୍ ଷ୍ଟାଣ୍ଡ ସମ୍ବନ୍ଧରେ ସ୍ଥାନୀୟ ବିଧାୟକ ମାଧବ ଧଡା ଙ୍କୁ ପଚାରିବା ରୁ ସେ ଏହି ବିଷୟରେ ବିଧାନସଭାରେ ଉଠାଇବେ ବୋଲି ସଫେଇ ଦେଇଛନ୍ତି।