
ସୋର….ବାଗୁଡି ପାହାଡ ଖାଞ୍ଜମାହଲ ଖାଦାନ ରେ ବାଲେଶ୍ୱର ଜିଲ୍ଲାପାଳ ମୟୂର ବିକାଶ ସୂର୍ଯବଂଶୀ ଅଚାନକ ଚଢାଉ କରି ବେଆଇନ୍ ଭାବେ ଦୁଇଟି ଡମ୍ଫର, ତିନୋଟି ହିଟାଚି ମେସିନ୍, ଗୋଟିଏ ଟ୍ରାକ୍ଟର ସହ ଗଚ୍ଛିତ ଥିବା ଶହ ଶହ ବେଆଇନ ପଥର ଜବତ୍ କରିଛି। ଜବତ୍ ଗାଡି କୁ ତୁରନ୍ତ ସୋର ଥାନା କୁ ନେବା ସହ ପଥର ଗୁଡିକ ଯଥାଶୀଘ୍ର ନିଲାମ କରିବା ପାଇଁ ସ୍ଥାନୀୟ ପ୍ରଶାସନ କୁ ଆଦେଶ ଦେଇଥିଲେ। ଜିଲ୍ଲାପାଳ ଙ୍କ ଆଦେଶ ପରେ ଜିଲ୍ଲା ଖଣି ଅଧିକାରିଣୀ ,ଉପ ନିର୍ଦ୍ଦେଶକ ଖଣି ବିଭାଗ, ସୋର ଅତିରିକ୍ତ ତହସିଲଦାର ,ସହକାରୀ ଜଙ୍ଗଲ ସଂରକ୍ଷଣ ଅଧିକାରୀ, ସୋର ପୁଲିସ୍ ପ୍ରମୁଖ ଉକ୍ତ ଚଢାଉ ରେ ଉପସ୍ଥିତ ରହିଥିଲେ। ସୂଚନା ଯୋଗ୍ୟ ବାଗୁଡି ଖାଦାନ କୁ ପଥର ଖନନ ପାଇଁ ସରକାର ଙ୍କ ଅନୁମତି ନ ଥିବା ବେଳେ ମାସ ମାସ ଧରି ବେଆଇନ ଭାବେ ପଥର ଉତ୍ତୋଳନ ହୋଇଆସୁଛି। ଏ ପରିପ୍ରେକ୍ଷୀରେ ପୂବରୁ ବିଧାନସଭା ପିୟୁସି କମିଟି ଉକ୍ତ ସ୍ଥାନକୁ ତଦନ୍ତ ରେ ଆସିଲା ପରେ ସରକାର ଙ୍କ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କୁ ପ୍ରସ୍ତାବ ଦେଇଥିଲେ।