*”ଏମ୍.ବି.ଏ. ପକ୍ଷରୁ “ଓଡ଼ିଶା ପ୍ରତି ମୟୂରଭଞ୍ଜର ଅବଦାନ”*
ମୟୂରଭଞ୍ଜ ବଞ୍ଚାଅ ଅଭିଯାନ ସଂଗଠନ ତରଫରୁ ସ୍ଥାନୀୟ ମଧୁ ବାରିଷ୍ଟର୍ ମାର୍ଗ ନିକଟରେ “ଓଡ଼ିଶା ପ୍ରତି ମୟୂରଭଞ୍ଜର ଅବଦାନ” ଶିକ୍ଷକ ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନା ଚକ୍ରରେ “ମୟୂରଭଞ୍ଜ ବଞ୍ଚାଅ ଅଭିଯାନ” ର ଆବାହକ ତଥା ଆଇନଜୀବି ଶ୍ରୀ ସଞ୍ଜୟ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଲେଖକ ଶ୍ରୀ ହରେକୃଷ୍ଣ ମହାନ୍ତ, ମୁଖ୍ୟବକ୍ତା ଭାବରେ ଆଇନଜୀବି ଶ୍ରୀ ଗୈାରାଙ୍ଗ ଚନ୍ଦ୍ର ବାରିକ୍ ଓ ଆଇନଜୀବି ଶ୍ରୀ ନିର୍ମଳ ସେଠୀ ନିଜ ନିଜର ବକ୍ତବ୍ୟ ରଖିଥିଲେ ଯେ ଭାରତ ଇଂରେଜ ମାନଙ୍କ ଶାସନରୁ ସ୍ବାଧୀନତା ଲାଭ କରିବା ପୂର୍ବରୁ ସେତେବେଳର ମୟୂରଭଞ୍ଜ ରାଜ୍ୟ ଏକ ରାଜତନ୍ତ୍ର ମିଶ୍ରିତ ସ୍ବତନ୍ତ୍ର ପ୍ରଜାତନ୍ତ୍ର ରାଜ୍ୟ ଭାବରେ ପ୍ରସିଦ୍ଧି ଲାଭ କରିଥିଲା ।ଏହା ସହିତ ପ୍ରଜାନୁରଞ୍ଜକ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଦେଓ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ, ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ କେବଳ ଓଡ଼ିଶା କାହିକିଁ ଭାରତ ପ୍ରତି ଦେଇଥିବା ଅବଦାନ ବିଷୟରେ ଆଲୋଚନା କରିଥିଲେ ।କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲ, ରେଭେନ୍ସା କଲେଜ୍ ଓ ସ୍କୁଲ୍, ଟାଟା ଲୈ।ହ ଓ ଇସ୍ପାତ୍ କାରଖାନା, ଆସାମ୍ ର ବରୁଆ କାଠ କଳ ଓ କଟକର ରେଡିଓ ଷ୍ଟେସନକୁ ମୟୂରଭଞ୍ଜର ରେଡିଓ ସାମଗ୍ରୀ (ଜାପାନ୍ ରୁ ଅଣା ଯାଇଥିବା) ଦାନରେ ଦେବା, ଓଡ଼ିଶାର ପ୍ରଥମ ପ୍ରିଣ୍ଟଙ୍ଗ୍ ପ୍ରେସ୍ ତଥା ଉତ୍କଳ ପ୍ରିଣ୍ଟିଙ୍ଗ୍ ପ୍ରେସ୍ ମୟୂରଭଞ୍ଜ ଦ୍ଵାରା ସ୍ଥାପନା କରା ଯାଇଥିଲା ।ତେବେ ଓଡ଼ିଶା ପ୍ରତି ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ଉପସ୍ଥିତ ସମାଜସେବୀ ଶ୍ରୀ ସିଦ୍ଧାର୍ଥ କୁମାର ରାୟ, ପୁଟୁ ପୁଥାଳ, ବିନୟ ଦାସ୍, ସୁବାଷ ହେମ୍ବ୍ରମ, ପ୍ରଦୀପ ଶତପଥୀ, ଟୁନା ବେହେରା ଓ ଜିତେନ୍ ସାହୁ ଆଦି ମତ ରଖିଥିଲେ ।
ତେବେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ ଓ ଉଲ୍ଲେଖନୀୟ ଅଟେ ! ସେଗୁଡିକ ମଧ୍ୟରୁ ଶ୍ରୀ ରାମଚନ୍ଦ୍ର ପାଠା(ଅତୀତର ଜୁବିଲି ଲାଇବ୍ରେରୀ) ର, ଉତ୍କଳ ପ୍ରଭା ମାସିକ ପତ୍ରିକା, ପୂର୍ଣଚନ୍ଦ୍ର ଓଡ଼ିଆ ଭାଷା କୋଷର ସଂକଳନ ପାଇଁ ପ୍ରିଣ୍ଟିଙ୍ଗ୍ ମେସିନ ଯୋଗାଇବା ସହିତ ସମସ୍ତ ପ୍ରିଣ୍ଟିଙ୍ଗ୍ ଖର୍ଚ୍ଚ ମଧ୍ୟ ବହନ କରିଥିଲା, ମଧୁବାବୁ ଓ ଗୋପବନ୍ଧୁଙ୍କ ଭଳି ଜ୍ଞାନୀ,ଗୁଣୀ, ସ୍ଵାଭିମାନୀ ଓ ସଚ୍ଚୋଟ ଲୋକ ମାନଙ୍କୁ ଉଚ୍ଚ ଦରମା ଦେଇ ନିଜର ଦରବାରରେ ବିଚାର ବିଭାଗରେ ରଖିବା ସହିତ ତାଙ୍କ ଠାରୁ ବିଭିନ୍ନ ପ୍ରଜା କଲ୍ୟାଣକାରୀ ଯୋଜନା ଓ ମାର୍ଗଦର୍ଶନ କରାଉଥିଲେ ! ମୟୂରଭଞ୍ଜର ପାରମ୍ପାରିକ ଛଉ ନୃତ୍ୟ କୁ ରାଜ୍ୟ ଓ ଦେଶ ଠାରୁ ବାହାରକୁ ନେଇ ବିଶ୍ବ ବିଖ୍ୟାତ କରାଇ ଥିଲେ ! ତାଙ୍କରି କାଠ ଯୋଗାଣ ଦ୍ଵାରା ସେତେବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରେଳ ଧାରଣା ଲାଗିବା ସମ୍ଭବ ହୋଇଥିଲା !! ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମଧ୍ୟ ମୟୂରଭଞ୍ଜର ଅବଦାନ ଅନେକ !
ଶେଷରେ ଯୁବ ସମାଜସେବୀ ଶ୍ରୀ ସଚ୍ଚିଦାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
