ସାରସ୍ୱତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ
ସୋର(ଭଞ୍ଜଦୂତ,ନିପ୍ର , ଜ୍ୟୋତିପ୍ରକାଶ): ରକ୍ତ ଦାନ ମହତ ଦାନ। ଦରକାର ସମୟରେ ଏହି ରକ୍ତ ଜୀବନ ବଞ୍ଚାଏ। ଏହି ରକ୍ତଦାନ ପରିପ୍ରେକ୍ଷୀରେ ସାରସ୍ଵତ ମହାବିଦ୍ୟାଳୟ ଅନନ୍ତପୁର, ସୋରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଡ଼ମ୍ବରୁଧର ଭୋଲ ପ୍ରଦୀପ ପ୍ରଜୋଳନ କରି ଉଦଘାଟନ କରିଥିଲେ। ବାଲେଶ୍ୱର ରେଡ଼କ୍ରସ ପକ୍ଷରୁ ଅଧିକାରୀ ମାନେ ଏହାକୁ ପରିଚାଳନା କରିଥିଲା ବେଳେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା, ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉଭୟ ସେନାର ପିଲାମାନେ ସହଯୋଗ କରିଥିଲେ। ଅନନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଶ୍ରୀଯୁକ୍ତ ଶାଶ୍ଵତ ସାହୁ ଉକ୍ତ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ରକ୍ତ ଦାତାମାନେ ରକ୍ତ ଦେବାକୁ ଆଗେଇ ଆସିଥିଲେ। ଏହି ଶିବିରରୁ ସମୁଦାୟ ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମାନସ କୁମାର ପଣ୍ଡା, ଗୋପୀନାଥ ଦାସ, ଲମ୍ବୋଦର ଭୋଇ ଏହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। କଲେଜର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ପରିଡ଼ା, ଆଇସିସି କମିଟିର ଅଧ୍ୟକ୍ଷା ସେବତୀ ପୁହାଣ ଗୃହ ବିଜ୍ଞାନ ଅଧ୍ୟାପିକା ମାନସୀ ଦାସ, ଆଦ୍ୟାସା ଦାସ,ଅନିତା ଦାସ, ଅନିନ୍ଦିତା ଦାସ, ଦେବୀପ୍ରଭା ହାତୀ, ରଶ୍ମିତା ବାରିକ୍, ମାନସୀ ରାଣୀ ଦାସ, ପ୍ରଶାନ୍ତ ନାୟକ, ଅନୁପ ପତି, ଖଗେନ୍ଦ୍ର ମହାନ୍ତି, ରାଜଶ୍ରୀ ଜେନା, ପ୍ରଜ୍ଞା ପରମିତା ତ୍ରିପାଠୀ, କମଳିନୀ ପଣ୍ଡା, ଉର୍ମିଳା ବାରିକ ପ୍ରମୁଖ ସହାୟତା କରିଥିଲେ।
