*ନୂଆପଡ଼ା ଜିଲ୍ଲା ତାନୱାଟ ଅଧିଷ୍ଠାତ୍ରୀ ଦେବତା କାଣା ଭଇଁରା ଙ୍କ ପବିତ୍ର ଦଶହରା ଛତର ଯାତ୍ରା ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ତାନୱାଟ ଅଧିଷ୍ଠାତ୍ରୀ ଦେବୀ କାଣା ଭଇଁରା ଙ୍କ ପବିତ୍ର ଦଶହରା ଛତର ଯାତ୍ରା ଅନୁଷ୍ଠିତ। ତାନୱଟ ଗ୍ରାମ ରେ ପ୍ରତ୍ୟେକ୍ଷ ଦେବତା କାଣା ଭଇଁରା ଙ୍କ ସହ ଧାରୁଆ ବୁଢା ଦେବତା ଙ୍କ ପବିତ୍ର ଦଶହରା ପର୍ବ ପାଳିତ ହେଉଥିବା ବେଳେ ନବମୀ ଏବଂ ବିଜୟା ଦଶମୀ ଦିନ ଦୁଇ ଦିନ ଦୁଇ ଦେବତା ତାନୱାଟ ଗ୍ରାମ ବୁଲି ବୁଲୁ ପୂଜା ଖାଇଥାନ୍ତି। ପରେ ଏକାଦଶୀ ଦିନ କାଣା ଭଇଁରା ଦେବତା ସହିତ ଧାରୁଆ ବୁଢ଼ା ତାନୱଟ ଗ୍ରାମର ବାହାରେ ପୂଜା ପାଇଥାନ୍ତି। ନୂଆପଡ଼ା ଜିଲ୍ଲା ମହକୁମା ଠାରେ ନିର୍ଦ୍ଧିଷ୍ଟ କେତେ ସ୍ଥାନ ର ପୂଜା ପାଇଥାନ୍ତି। ପୂର୍ବରୁ କମ ଘର ଥିବା ରୁ ସମସ୍ତ ଘର ବୁଲୁଥିଲେ।ସେବାୟତ ମାନେ ଦେବତାଙ୍କୁ ଘେରି ରଖିଥିବା ବେଳେ ଦୁଇ ଭାଇ କାଲିସି ଦେହରେ ବିରାଜମାନ ହୋଇ ଛତର ସଙ୍ଗରେ ପରିକ୍ରମା କରିଥାନ୍ତି। କାଣା ଭଇଁରା ସହିତ ଧାରୁଆ ବୁଢ଼ା ମଧ୍ୟ ପରିକ୍ରମା କରନ୍ତି। ଏହି ଦୁଇ ଦେବତା ବହୁ ପ୍ରତ୍ୟେକ୍ଷ ଏବଂ ଦୃଢ଼ ବିଶ୍ୱାସ ରହିଅଛି। ତେଣୁ ନିଜ ମନସ୍କାମନ୍ ମୁତାବକ ବଳି ଦେଇଥାନ୍ତି। ତିନି ଠାକୁର ଙ୍କୁ ହର୍ଷ ଉଲ୍ଲାସରେ ଯାତ୍ରା ପାଳିତ ହୋଇଥାଏ। କାଳିସି ଦେହ ରୁ ଦେବତା ଅବତରଣ କଳା ପରେ ତାଙ୍କୁ ଗାଡ଼ି ରେ ତାଙ୍କ ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
