ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ
ଡେଲାଙ୍ଗ,୩ା୧୦(ଚିତରଂଜନ ଜେନା) : ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠ ପରିସରରେ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ସ୍ମାରକୀ ସମିତି ସଭାପତି ତଥା ଶିକ୍ଷାବିତ୍ କୁନ୍ତଳା କୁମାରୀ ବିଶ୍ୱାଳ, ସମିତିର ଉପସଭାପତି ସନ୍ତୋଷ ବିଶ୍ୱାଳ,କୋଷାଧ୍ୟକ୍ଷ ଭାଗୀରଥି ପରିଡା, ସ୍ମାରକୀ ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱା. କୃଷକନେତା ଅଶୋକ ପ୍ରଧାନ, ମହିଳା ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ,କସ୍ତୁରବା ସଂଚାଳିକା କବିତାରାଣୀ ପରିଡା ପ୍ରମୁଖ ଉପସ୍ଥିତ ରହି ସର୍ବଧର୍ମପ୍ରାର୍ଥନା ଓ ରାମଧ୍ୱନୀ ଗାନ କରାଯାଇ ଗାନ୍ଧୀଙ୍କ ପର୍ତିମୂର୍ତିରେ ସୁତ୍ର ଓ ପୁଷ୍ଫମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତଥିବା ମାନ୍ୟଗଣ୍ୟ ବ୍ୟକ୍ତମାନେ ଗାନ୍ଧୀ ଜୀବନି ଓ ଦର୍ଶନୀ ଉପରେ ଆଲୋକପାତ କରିଥିଲେ ।
