କଂଗ୍ରେସ ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ
ଡେଲାଙ୍ଗ,୩ା୧୦(ଚିତରଂଜନ ଜେନା): ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ନେତା ବିଶ୍ୱକେଷନ ହରିଚନ୍ଦନ ମହାପାତ୍ର, ବରିଷ୍ଠ କଂଗ୍ରେସ କର୍ମୀ ନିର୍ମଳ ପରିଡା, ଜବାହାରଲାଲ୍ ବିଶ୍ୱାଳ, ପ୍ରହ୍ଲାଦ ପ୍ରଧାନ, ପ୍ରକାଶ ନାୟକ, ଅଭିମନ୍ୟୁ ପରିଡା, ଚିତରଂଜନ ମହନ୍ତ, ବିକ୍ରମ ପ୍ରଧାନ, ମାନସ କୁମାର ପରିଡା, ରଜନିକାନ୍ତ ବସ୍ତିଆ ପ୍ରମୁଖ କଂଗ୍ରେସ କର୍ମୀମାନେ ଗାନ୍ଧୀଙ୍କ ପର୍ତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ରାମଧ୍ୱନୀ ଗାନ କରିଥିଲେ । ଆମ ଦେଶକୁ ସ୍ୱାଧିନତା ଦେବାର ମହାତ୍ମାଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ଗାନ୍ଧୀବାଦୀ ଚିନ୍ତାଧାରା ଆପଣେବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଗାନ୍ଧିବାଦୀ ଚିନ୍ତାଧାରା ଆପଣେଇ ନୂତନ ସ୍ୱଚ୍ଛ ଓ ଭାତୃଭାବାପୂର୍ଣ୍ଣ ସମାଜ ଗଠନ କରିବାକୁ କଂଗ୍ରେସ ନେତା ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ ।
