ଫକୀରମୋହନ ନଗରରେ ଦୁର୍ଗାପୂଜା ଧୁମଧାମରେ ପାଳିତ :
ବାଲେଶ୍ବର – ସ୍ଥାନୀୟ ଫକୀରମୋହନ ନଗରରେ ଜଗତଜନନୀ ମା ଦୁର୍ଗାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମାପନ ହୋଇଥିବା ବେଳେ ପୂଜା କମିଟି ତରଫରୁ ପ୍ରସାଦ ସେବନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଗୋପୀନାଥ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମୁକୁନ୍ଦ ଭାରତୀ, ସମ୍ବିତ କୁମାର ବେହେରା, ବାବୁଲା ମହାରଣା, ରବିନ୍ଦ୍ର ଜେନା, ପ୍ରଦୀପ ସାହୁ, ନିତ୍ୟାନନ୍ଦ ପାଲ, ରାଜାରାମ ପାତ୍ର, ଶିବାନନ୍ଦ ପଣ୍ଡା,ବାଇନ ଦାସ, ସ୍ନେହଲତା ଜେନା, ରଞ୍ଜିତା ଜେନା, ଶୁଭଶ୍ରୀ ଆଚାର୍ଯ୍ୟଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।।।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
