ବାଲେଶ୍ବରରେ ସ୍ୱଚ୍ଛତା ହିଁ ସେବା :
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ତଥା ସ୍ୱଚ୍ଛତା ହିଁ ସେବା କ୍ୟାମ୍ପେନ ର ଶେଷ ଦିନ ରେ ସ୍ଵଚ୍ଛଉତ୍ସବ ଆନୁକୁଲ୍ୟ ରେ ଏକ CTU (Cleanliness Target Unit) ଶୋଭାରାମପୁର flyover bridge ନିକଟରେ ଉଦ୍ଘାଟିତ ହୋଇ ଯାଇଛି ଯେଉଁଥିରେ ଏକ ଆବର୍ଜନା ସ୍ଥଳୀ ଟି କୁ ରୂପାନ୍ତରିତ କରା ଯାଇ ସେହି ଆବର୍ଜନା ସ୍ଥଳୀ କୁ ଏକ ସୁନ୍ଦର ମିନି ପାର୍କ ଭାବେ ବାଲେଶ୍ବରବାସୀ ଙ୍କ ନିମନ୍ତେ ଉତ୍ସର୍ଗୀକୃତ କରା ଯାଇଛି ।
ଏହା ସହ ଆଜି ଗାନ୍ଧୀ ସ୍ମୃତି ଭବନ ରେ ବାଲେଶ୍ୱର ପୌରପାଳିକା କୁ ସ୍ୱଚ୍ଛତା ଦିଗ ରେ ଆଗେଇ ନେବା ସହ ଏକ ନୂତନ ବାଲେଶ୍ୱର ଗଠନ ନିମନ୍ତେ ସ୍ଵଚ୍ଛ ବାଲେଶ୍ୱର, ସବୁଜ ବାଲେଶ୍ୱର ଓ ସ୍ବପ୍ନର ବାଲେଶ୍ୱର ର ନୂତନ ଲୋଗୋ ଉନ୍ମୋଚିତ କରା ଯାଇଥିଲା । ଏହି ଲୋଗୋ ଟି କୁ ଉନ୍ମୋଚିତ କରିଥିଲେ ବାଲେଶ୍ୱର ର ସମ୍ମାନୀୟ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମହୋଦୟ ଏବଂ ତାଙ୍କ ସହ ଥିଲେ ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀ ମାନସ କୁମାର ଦତ୍ତ ମହୋଦୟ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମହୋଦୟ, ଉପ ଜିଲ୍ଲାପାଳ ଶ୍ରୀ ଶିବ ମାଲଭିୟା ମହୋଦୟ, ପୌରଧକ୍ଷା ଶ୍ରୀମତୀ ସବିତା ସାହୁ ମହୋଦୟା, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନିର୍ଲିପ୍ତା ମହାନ୍ତି ମହୋଦୟା, ପାରିଷଦ ବୃନ୍ଦ, ବାଲେଶ୍ୱର ପୌରପାଳିକା ତଥା ପୌର କର୍ମଚାରୀ ଓ ମିଶନ ଶକ୍ତି ଗୋଷ୍ଠୀ ର ମହିଳା ମାନେ । ସମସ୍ତେ ଆଜି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛନ୍ତି ଓ ଏକ ସୁନ୍ଦର ବାଲେଶ୍ୱର ର ଗଠନ କରିବାରେ ଆଗକୁ ଆସିବା ପାଇଁ ପ୍ରାଣ ନେଇଛନ୍ତି ।
ଏଥି ସହ ପରିଶେଷରେ ବଡ଼ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତ ଅତିଥି ମାନେ ଉପସ୍ଥିତ ସଫେଇ କାର୍ଯ୍ୟ ରେ ନିୟୋଜିତ ମା ମାନଙ୍କୁ ତଥା ମିଶନ ଶକ୍ତି ଗୋଷ୍ଠୀ ର ମହିଳା ମାନଙ୍କୁ ରନ୍ଧା ଖାଦ୍ୟ ପରୋଷି ଦେଇ ଥିଲେ । ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।
