*ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଧାୟିକା ସୁବାସିନୀ ଜେନା*
ବସ୍ତା 🙁 ନି ପ୍ର) ଫଟୋ
ବସ୍ତା ନିର୍ବାଚନ ମଣ୍ଡଳୀ ର ଗାନ୍ଧିଛକ ଠାରେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରତିକୂଳ ପାଗ ସତେବି ବିଜୁ ଜନତା ଦଳ ପକ୍ଷରୁ ବସ୍ତା ବ୍ଲକ୍ ସଭାପତି ଅନିଲ କୁମାର ମହାନ୍ତି ଙ୍କ ତତ୍ୱାବଧାନରେ ବିଧାୟିକା ସୁବାସିନୀ ଜେନା ଯୋଗଦେଇ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ଫୁଲମାଳ ଦେଇଥିଲେ। ଚଳିତ ବର୍ଷ ଦଳ ପକ୍ଷରୁ ଅକ୍ଟୋବର ୯ ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ହେବାକୁ ଥିବା ଜନସମ୍ପର୍କ ଅଭିଯାନର ସଫଳତା ପାଇଁ ସଂକଳ୍ପ ନିଆଯାଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଦରଡା ପଞ୍ଚାୟତ ର ସମିତି ସଭ୍ୟ ସୁବ୍ରତ କୁମାର ପଣ୍ଡା, ସରପଞ୍ଚ ଗୈରାଙ୍ଗ ଚନ୍ଦ୍ର ବେହେରା, ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା, ରଞ୍ଜନ କୁମାର ଧଳ, ପ୍ରତାପ ବେହେରା, ରାଜେଶ ଗିରି, ନୃସିଂହ ଚରଣ ଦାସ, ବୈଦ୍ୟନାଥ ପାତ୍ର, ବିନୋଦ ସାହୁ, ହରିଶ୍ଚନ୍ଦ୍ର ଜେନା ସମେତ ବହୁ ସରପଞ୍ଚ,ସଦସ୍ୟ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ଏଥିସହ ଦଳର ପଦଯାତ୍ରା କାର୍ଯ୍ଯକ୍ରମ କରିବା ପାଇଁ ସଂକଳ୍ପ ନେଇଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
