ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ
ଭବାନୀପାଟଣା-;( କିଶନ ଶର୍ମା )
କଳାହାଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ପୂର୍ବହ୍ନ 10 ଘଣ୍ଟା ସମୟ ରେ ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ ଙ୍କ ସଭାପତିତ୍ୱରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଜିଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି l
କାର୍ଯ୍ୟକ୍ରମରେ ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାକୁଡ଼, କଂଗ୍ରେସ ର ବରିଷ୍ଠ ନେତା, ସମାଜସେବୀ ଓ ଓକିଲ ସିଦ୍ଧାର୍ଥ ନାୟକ, ବରିଷ୍ଠ ନେତା ପୂର୍ବତନ ପି ସି ସି ସଦସ୍ୟ ଜୟଦେବ ନାଏକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବ୍ରଜ ସାହୁ, କଂଗ୍ରେସ ନେତା ତଥା ଓକିଲ ଅବଦୁଲ ସାଜିଦ, ପୂର୍ବତନ ଜିଲ୍ଲା ଉପସଭାପତି ଧନୁର୍ଧର ଗହୀର, ମହିଳା ନେତ୍ରୀ ମାଣିକ୍ୟ ସୁନା, ପ୍ରମିଳା ବାତ୍ରା, ସୌଭାଗ୍ୟ ମଲ୍ଲିକ, ରୋଜି ନାଏକ, ପୂର୍ବତନ ଟାଉନ ସଭାନେତ୍ରୀ ସୁକାନ୍ତି ସରାଫ ଉପସ୍ଥିତ ରହି “ଅହିଂଶା ପଥେ କଂଗ୍ରେସ “ବିଷୟବସ୍ତୁ ଉପରେ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଅବସର ରେ ଗାନ୍ଧୀ ଙ୍କ ସ୍ମୃତି ସ୍ୱରୂପ ଓ ଅହିଂସା କୁ ଜୀବନରେ କିପରି ପାଥେୟ କରିହେବ ସେଥିପାଇଁ “ଚରଖା “
କୁ ଉପସ୍ଥାପିତ କରାଯାଇଥିଲା l
