ବଡ଼ଚଣା (ଅମିତ କୁମାର ମହାନ୍ତି) ନିଦ ହଜେଇଛି ବାରାହା ମହା ଚିନ୍ତା ରେ ଚାଷୀ ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନରେ ଚଣ୍ଡିତଳ ପଞ୍ଚାୟତ ଅନ୍ତର୍ଗତ. ଚଣ୍ଡିତଳ,ବାଘୁଆ, ଜୋରବାଟୀ, ପଲକାଂକୋଳିଗାଡ଼ିଆ, ମୌଜା ର ଅଧିକାଂଶ ଚାଷୀ ଙ୍କ ଧାନ କ୍ଷେତ ରେ ତେଲିଗଡ଼ ସରକ୍ଷଣ ପାହାଡ଼ ରୁ ପ୍ରାୟ ୫0 ରୁ ଉର୍ଦ୍ଧ ହେବବାରାହା ଓ ତାଙ୍କର ଛୁଆ ଦିଘ ୧୫ଦିନ ହେବ ବହୁ ଚାଷୀ ଙ୍କ ନିଦ ହଜେଇଛ ଛନ୍ତି, ଅନେକ ଚାଷୀ ଙ୍କ ସୁନା ର କ୍ଷେତ ରେ ପଶି ଧାନ ଗଛ ଖାଇବା ସହ ଏକର ଏକର ଜମି ର ଧାନ ଗଛ ଗୁଡିକ ମାଟି ରେ ମିଶେଇ ଦେଉଛନ୍ତି,ଚାଷୀ ମାନେ ବାରାହା କବଳ ରୁ ରକ୍ଷା ପାଇବା ପାଇଁ ଦିନ ରାତି ଏକ କରିଦେଉଛି, ତାର ନିଜ କ୍ଷେତ କୁ ରକ୍ଷା କରିବା ପାଇଁ ରାତ୍ରି ଅନିଦ୍ରା ହେବାକୁ ପଡୁଛି, ଚଷୀ ଋଣ ଭାର କରି ଚାଷୀ ତାର ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷକ ପାଇଁ ତାର ସୁନା ର ଫସଲ କୁ ବର୍ଷ କ ର ଖାଦ୍ୟ ରଖିବା ପାଇଁ ପ୍ରୟାସ ଜାରି ରଖିଛି, ତେବେ ଏ ସଫର୍କ ରେ ବନ୍ୟ ବିଭାଗ ର କର୍ମଚାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ ସେମାନେ ଏ ଦିଗ ରେ କୌଣସି ପଦେକ୍ଷେପ ଗ୍ରହଣ କରୁ ନାହାନ୍ତି. ତେବେ ବନ ବିଭାଗ ଅଧିକାରୀ ଙ୍କ ନିଦ କେବେ ଭାଗୁଛି ତାହା ବୁଝା ପଡ଼ୁ ନାହିଁ, ଆଗାମୀ ଦିନରେ ତାର ସୁନାର ଫସଲ ପାଉଛି କି ନାହିଁ ସ୍ବପ୍ନ ଭଳି ଲାଗୁଛି
