*ମାଁ ସନାଦେଇ, ସୁନାବେଡ଼ା ଅଭୟାରଣ୍ୟ ର ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିର ନିର୍ମାଣ ପରେ ମଧ୍ୟ ପ୍ରକୃତି ରୁ ନିର୍ମିତ କାଠ ମନ୍ଦିର ରେ ବାସ କରିବାକୁ ନିର୍ଦ୍ଧେଶ, କଂକ୍ରିଟ ମନ୍ଦିରକୁ ବାରଣ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ର ମାଁ ସୁନାଦେଇ ପ୍ରକୃତିର ରାଣୀ, ପ୍ରକୃତି କୋଳରେ ଉତ୍ପତ୍ତି ଜାଣି, ପ୍ରକୃତି ପ୍ରେମୀ ସେ ଭାରୀ, ପ୍ରକୃତି କାଠ ନିର୍ମିତ ମନ୍ଦିର ବାସ ଅଟେ ତାହାରି। ତେଣୁ ସୁନାବେଡ଼ା ଅଭୟାରଣ୍ୟ ସମୁଦ୍ର ପତ୍ତନ ରୁ ୩୦୦୦ ଫୁଟ ଉଚ୍ଚତା ରେ ବାସ । ୬୦୦ ବର୍ଗ ଘଞ୍ଚ ଜଙ୍ଗଳ ମଧ୍ୟରେ ସୁନାବେଡ଼ା ଗ୍ରାମ ଅବସ୍ଥିତ। ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ବସବାସ କରନ୍ତି। ସାଧାରଣ ଜୀବନ ଶୈଳୀ ରୁ ତାଙ୍କ ଜୀବନ ଧାରା ଅନେକ ଭିନ୍ନ ଅଟେ। ନୂଆପଡ଼ା ଜିଲ୍ଲାର ଭୂସ୍ବର୍ଗ ଏହି ଅଭୟାରଣ୍ୟ ରେ ଅନେକ ପର୍ଯ୍ୟଟନ ସମ୍ଭାବନା ରହିଥିବା ବେଳେ ବିଶେଷ ଗୁରୁତ୍ବ ଦେଇ କଂକ୍ରିଟ ସହର ନିର୍ମାଣ ବଦଳରେ ସ୍ବତନ୍ତ୍ର କାଠ ନିର୍ମିତ କଟେଜ ନିର୍ମାଣ ହେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ହେବା ସହ ପର୍ଯ୍ୟଟନ ର ବିକାଶ ହେବ। ଆଦିମ ଜନଜାତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ବଦଲରେ ପ୍ରଧାନମନ୍ତ୍ରୀ ପ୍ରକୃତି ଆବାସ ଗୃହ ଯାହାକି ଦୁଇ ମହଲା କୋଠା କାଠ ନିର୍ମିତ ଘର ମଧ୍ୟ ନିର୍ମାଣ ହୋଇ ପାରିବ। ଏହା ପ୍ରକୃତି ବନ୍ଧୁତା ର ବାର୍ତ୍ତାବହ ହେବ। ମାଁ ସୁନଦେଇ ତାଙ୍କ ନିର୍ମିତ ମନ୍ଦିର କୁ ଅନିଚ୍ଛା ପ୍ରକାଶ ଦ୍ବାରା ନିଶ୍ଚିତ ରୂପେ କାଠ ମନ୍ଦିର ନିର୍ମାଣ ହେଉଅଛି। ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ମଧ୍ୟ କଟେଜ ନିର୍ମାଣକରିବ
