ସୋରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ସୋର: ଆଜି ସୋର ବ୍ଲକ ପାଖର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ “ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ “କାର୍ଯକ୍ରମ ଅନ୍ତର୍ଗତ ଏକ ବିଶେଷଜ୍ଞ ସ୍ବାସ୍ଥ୍ୟ ଟିମ୍ ଦ୍ଵାରା ଏହି ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ ଶିବିରରେ ବିଭିନ୍ନ ବିଭାଗ ଯଥା ଚକ୍ଷୁ , ଦାନ୍ତ, ଯୋଗ ବିଭାଗର ବିଶେଷଜ୍ଞ ଡ଼ା ଯୋଗ ଦେଇଥିଲେ।ଏତଦ୍ ବ୍ୟତୀତ ମାତୃ ଶିଶୁ କଲ୍ୟାଣ,ପୋଷଣ,କିଶୋରୀ ବାଳିକା ସ୍ବାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ତଥା ଆୟୁଷ୍ମାନ କାର୍ଡ ର ବିତରଣ କରାଯାଇଥିଲା,ତତ୍ ସହ ଅନ୍ୟ ଦିନ ପରି ସାଧାରଣ ରୋଗୀ ସେବା ହେବା ସହ ରକ୍ତହୀନତା,ସିକିଲ ସେଲ,ଉଚ୍ଚ ରକ୍ତ ଚାପ,ମଧୁମେହ , ଜଣ୍ଡିସ ଆଦିର ପରୀକ୍ଷା କରାଯାଇଥିଲା।
ଏହି ଶିବିର କୁ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଜୟରାମ ଦାସ ଉଦଘାଟନ କରିଥିଲେ ଓ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା ଶ୍ରୀଯୁକ୍ତ କାଶୀନାଥ ପଣ୍ଡା ଏହି ଶିବିର r ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।
ଶିବିର କୁ ସଫଳତାର ସହ ଆୟୋଜନ କରିବାରେ ସ୍ବାସ୍ଥ୍ୟକେନ୍ଦ୍ର ର ଡ଼ା କୁମାର ସୂର୍ଯ୍ୟ ନାରାୟଣ,ନର୍ସ ରୋଜାଲିନ ମହାଳିକ, ଲାବ ଟେକ୍ ନିଶିଆନ ସୁଶାନ୍ତ ଖୁଣ୍ଟିଆ,attendant ସୁନିଲ ନାୟକ, ଓ ଲିପୁନ ଧଡା ସହଯୋଗ କରିଥିଲେ।
