ମୁଁ ଆପଣଙ୍କ ସେବାରେ କିନ୍ତୁ ଜଙ୍ଗଲ ଭିତରେ ପଥପ୍ରାନ୍ତ
ରାଜ୍ୟରେ ପ୍ରାୟ ପ୍ରତ୍ୟେକ ଜିଲ୍ଲା ରେ ଖୋଲା ଯାଇଥିଲା ପଥ ପ୍ରାନ୍ତ ସୁବିଧା କେନ୍ଦ୍ର। ଯେଉଁଥିରେ ସାଧାରଣ ଲୋକଟିଏ ହେଉ ଅବା ଦୂରରୁ ଆସିଥିବା ପଥିକ ଟିଏ ହେଉ କିମ୍ବା ବାହାରୁ ଆସିଥିବା ପର୍ଯ୍ୟଟକ ଟିଏ ସମସ୍ତେ ଏଠାରେ ବିଶ୍ରାମ ନେଉଥିଲେ। ଏଠାରେ ବିନା କୌଣସି ଦେୟ ରେ ଲୋକ ମାନେ ବିଶ୍ରାମ ନେଇ ପାରୁଥିଲେ। ସେହିପରି ଯାଜପୁର ଜିଲ୍ଲା କଳିଙ୍ଗ ନଗର ନିକଟରେ ନିର୍ମିତ ହୋଇଥିଲା ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର। କଳିଙ୍ଗନଗର ଟି ଏକ ଶିଳ୍ପାଞ୍ଚଳ ଭାବରେ ଗଢି ଉଠିଛି। ଏଠାକୁ ରାଜ୍ୟ ର ବହୁ ସ୍ଥାନରୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି। ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ନେବା ସହ ଶୌଚ କରିବା, ସ୍ନାନ କରିବା, ସ୍ୱଛ ପାନୀୟ ଜଳ ର ବ୍ୟବସ୍ଥା ଥିଲା। ମାତ୍ର ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେଵ ଏହା ବନ୍ଦ ହୋଇ ପଡ଼ିରହିଛି ବୋଲି ସ୍ଥାନୀୟ ଲୋକ କହି ଅଛନ୍ତି। ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଅର୍ଥରେ ନିର୍ମିତ ଏହି କେନ୍ଦ୍ରଟି ଏବେ ବନ୍ଦ ହୋଇ ପଡିଥିବାର ଦେଖିବାକୁ ମିଳିଛି। ନା ଠିକା ସଂସ୍ଥା ଦାଇତ୍ୱରେ ଅଛି ନା ତାର କର୍ମଚାରୀ କାମ କରୁଛନ୍ତି। ଫଳରେ ସେଠାରେ ଏବେ ତାଲା ଝୁଲୁଛି। ଅନାବନା ଗଛ ରେ ପୁରି ଉଠିଛି କେନ୍ଦ୍ରର ବାହାର ଓ ଭିତର ସ୍ଥାନ।ଘର ଭିତରେ ଥିବା ଅନେକ ଜିନିଷ ଚୋରି ହୋଇଯିବାର ଶୁଣିବାକୁ ମିଳୁଛି। ଏନେଇ କଳିଙ୍ଗ ନଗର ଥାନାରେ କେସ ନଂ ୨୭୨/୨୫ଏକ ମାମଲା ରୁଜୁ ହୋଇଥିଲା। ପଥପ୍ରାନ୍ତ ସୁବିଧା କେନ୍ଦ୍ର ଟି ରାଜ୍ୟ ସରକାର ଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଥିଲା। ଜିଲ୍ଲା ପୂର୍ତ୍ତ ବିଭାଗର ଅଧିକାରୀ ଙ୍କୁ ଏ ବିଷୟରେ ପ୍ରଶ୍ନ କରା ଯାଇଥିଲା। ବର୍ତ୍ତମାନ ଏହା ପୂର୍ତ୍ତ ବିଭାଗ ଅଧୀନରେ ନାହିଁ, ଏହା ଏବେ ପର୍ଯ୍ୟଟନ ବିଭାଗ ଅଧିନକୁ ଚାଲି ଯାଇଛି ବୋଲି ସେ ତାଙ୍କ ଉତ୍ତର ରେ କହିଥିଲେ। ପଥପ୍ରାନ୍ତ କେନ୍ଦ୍ରଟି ବନ୍ଦ ହୋଇଯିବା ଫଳରେ ସାଧାରଣ ଲୋକ, ପଥିକ, ସ୍ଥାନୀୟ ଲୋକ, ପର୍ଯ୍ୟଟକ ସମସ୍ତେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସେଥିରେ କାର୍ଯ୍ୟ କରୁଥିବା ୧୦ରୁ ଉର୍ଦ୍ଧ କର୍ମଚାରୀ ମାନେ ମଧ୍ୟ ସେମାନଙ୍କର ଜୀବିକା ହରାଇଛନ୍ତି।ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ଏହାକୁ ଯଥା ସମ୍ଭବ ପୁନଃ ଆରମ୍ଭ କରିବାକୁ ପ୍ରଶାସନ ନିକଟରେ ଦାବି କରି ଅଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
