ଯାଜପୁର (ସୁଶାନ୍ତ କୁମାର ବେହେରା) : ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିନ ଅବସରରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ମଣ୍ଡଳ ତରଫରୁ ପଲାଇ ପଞ୍ଚାୟତ ର ନଁଗୁଳି ମଠ ଠାରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏହି ରକ୍ତଦାନ ଶିବିର କୁ ବଡ଼ଚଣା ବିଧାୟକ ଉଦଘାଟନ କରିଥିଲେ.ଏଥିରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ. ବଡ଼ଚଣା ବ୍ଲକ ଅଧକ୍ଷ୍ୟ ମିନତୀ ସେନାପତି. ଜିଲ୍ଲା ପରିଷଦ ଅରବିନ୍ଦ ସାମଲ. ମଣ୍ଡଳ ସଭାପତି ସମାଜ ସେବି ତଥା ଯୁବ ନେତା ମନୋଜ ପ୍ରଧାନ.ମଣ୍ଡଳ ପ୍ରତିନିଧି ପ୍ରତାପ ଧଳ.ସମାଜ ସେବି ସୁମନ୍ତ ସାମଲ.ବିପିନି ବିହାରୀ ଜେନା. ବାଇଧର ସେନାପତି.ମନୋଜ ରାଉତ. ନିଗମ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସହିତ କରିଥିଲେ. ଆଜିର ରକ୍ତଦାନ ଶିବିରରେ ମୋଟ 75ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
