ବାଲେଶ୍ବରରେ ରାଜ୍ୟ ନିର୍ବାଚନ କମିଶନର:
ରାଜ୍ୟ ନିର୍ବାଚନ ଆୟୁକ୍ତ, ଓଡ଼ିଶା ଶ୍ରୀ ମଧୁସୂଦନ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଏବଂ ଉପ ଜିଲ୍ଲାପାଳ ଉପସ୍ଥିତ ଥିଲେ। ବୈଠକରେ ପୂର୍ବତନ ପି.ଆର୍.ଆଇ. (PRI) ନିର୍ବାଚନ – ୨୦୨୨ ସମ୍ବନ୍ଧରେ ପି.ଆର୍.ଆଇ. ସଦସ୍ୟମାନଙ୍କ ଆରକ୍ଷଣ ସ୍ଥିତି, ଜିଲ୍ଲାଭିତ୍ତିକ ନିର୍ବାଚନ ପର୍ଯ୍ୟାୟୀକରଣ, ସେନ୍ସିଟିଭ୍ ଓ ନନ୍-ସେନ୍ସିଟିଭ୍ ପୋଲିଙ୍ଗ ବୁଥ୍ର ଶ୍ରେଣୀକରଣ, ମତଗଣନା ବ୍ୟବସ୍ଥା, ଡି.ସି. ବିଲ୍ ଓ ୟୁ.ସି. ଦାଖଲ, ଏସ.ଇ.ସି./ଇ.ସି.ଆଇ. ବାଲଟ୍ ବକ୍ସ ଏବଂ ଅତିରିକ୍ତ ବାଲଟ୍ ବକ୍ସର ଉପଲବ୍ଧତା ଓ ପି.ଆର୍.ଆଇ. ସଦସ୍ୟଙ୍କ ଖାଲି ପଡ଼ିଥିବା ପଦ ସ୍ଥିତି ବିଷୟରେ ଆଲୋଚନା କରାଗଲା।
ସେହିପରି, ୟୁ.ଏଲ୍.ବି. (ULB) ନିର୍ବାଚନ – ୨୦୨୨ ସମ୍ବନ୍ଧରେ କଉନ୍ସିଲର୍/ଚେୟାରମ୍ୟାନଙ୍କ ଆରକ୍ଷଣ ସ୍ଥିତି, ପୋଲିଙ୍ଗ ଷ୍ଟେସନ୍ର ନିର୍ଦ୍ଧାରଣ, ମତଦାନ ପ୍ରତିଶତ, ଆଗାମୀ ୟୁ.ଏଲ୍.ବି. ନିର୍ବାଚନ ପାଇଁ ତହବିଲ ଆବଣ୍ଟନ, ଇ.ଭି.ଏମ୍ର ଉପଲବ୍ଧତା ଓ କଉନ୍ସିଲର୍ ଖାଲି ପଦର ସ୍ଥିତି ବିଷୟରେ ଆଲୋଚନା କରାଗଲା। ବୈଠକରେ ପୂର୍ବତନ ପି.ଆର୍.ଆଇ. ଓ ୟୁ.ଏଲ୍.ବି. ନିର୍ବାଚନରେ ସମ୍ମୁଖୀନ ସମସ୍ୟାଗୁଡ଼ିକୁ ପୁନର୍ବିଶ୍ଳେଷଣ କରାଗଲା ଏବଂ ଆଗାମୀ ନିର୍ବାଚନରେ ସେଗୁଡ଼ିକୁ ସମାଧାନ କରିବାକୁ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ନିଷ୍ପତ୍ତି ହେଲା।
ଆଗାମୀ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧରେ ସ୍ୱତନ୍ତ୍ର ଓ ୱାର୍ଡ -ଭିତ୍ତିକ ମତଦାତା ତାଲିକା ପ୍ରସ୍ତୁତ କରିବା, ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା, ସମୟରେ ନିର୍ବାଚନ ସାମଗ୍ରୀ ପ୍ରାପ୍ତି ସୁନିଶ୍ଚିତ କରିବା ଏବଂ ସୁଚାରୁ ଭାବରେ ନିର୍ବାଚନ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନର ଉଲ୍ଲେଖ କଲେ।
ବୈଠକ ରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ୟୁ ଏଲ ବି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
