ରାଣୀଗଡା ଠାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା
ଯାଜପୁର/(ନିପ୍ର)ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ କୋରାଇ ବ୍ଲକ୍ କରଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଣୀଗଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥି ଆଲୋଚକ ଭାବେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ସ୍ମୃତି ରଞନ ପଣ୍ଡା ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ଦେଶାନ୍ତରି ଓ ଦାଦନ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ତାର ସମାଧାନ , ସଂଗଠିତ ଏବଂ ଅଣ ସଂଗଠିତ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ସରକାରୀ ଯୋଜନା ସମ୍ପର୍କିତ ଆଲୋଚନା ସହିତ ସମାଜିକ ଗଣମାଧ୍ୟମ ମଞ୍ଚ ବ୍ୟବହାର ଜନିତ ଉପକାର ଅପକାର ଓ ପ୍ରତିକାର ଏବଂ ସାଇବର ଆଇନ୍ ତାର ପ୍ରୟୋଗ ଆଦି ବିଷୟ ରେ ଵିସ୍ତୃତ ଭାବେ ଆଲୋକପାତ କରିଥିଲେ ।ଜିଲ୍ଲା ଶ୍ରମ ବିଭାଗ ତରଫରୁ ୧୫ ଜଣ ଶ୍ରମିକ ଙ୍କୁ ପଞ୍ଜିକୃତ ନୂତନ ପରିଚୟ ପତ୍ର ସଚୀବ ଶ୍ରୀମତୀ ମହାନ୍ତି ବଣ୍ଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୋରାଇ ବ୍ଲକ୍ ସହକାରୀ ଯନ୍ତ୍ରୀ ନଳୀନକାନ୍ତ ଚକ୍ର ଓ ସ୍ଥାନୀୟ ଆରକ୍ଷୀ ଅଧିକାରୀ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ର କର୍ମଚାରୀ ବିଦ୍ୟାଳୟ ଶିକ୍ଷକ ପାଖ ଗାଁ ର ଯୁବ ଗୋଷ୍ଠି ସହଯୋଗ କରିଥିଲେ ।
