ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାସ କଲେ ବୃକ୍ଷ ରୋପଣ। ଆଜି ଜିଲ୍ଲା ରେ ଏକାଧିକ ସ୍ଥାନରେ ୭୫ ହଜାର ବୃକ୍ଷ ରୋପିତ ହୋଇଅଛି। ବିଶେଷ କରି ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ, ପଞ୍ଚାୟତ ସ୍ତରୀୟ ଏବଂ ଅନୁଷ୍ଠାନ ସ୍ତରୀୟ ସହ ବ୍ୟକ୍ତିଗତ ସ୍ତରରେ ମଧ୍ୟ ମାଁ ଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି। ନୂଆପଡ଼ା ଘାଟିପଡ଼ା ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାଶ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି। ବ୍ଲକ ଓ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଜିଲ୍ଲା ରେ ଆଜି ଗୋଟିଏ ଦିନରେ ୭୫ ହଜାର ଚାରା ରୋପଣ ଏକ ଇତିହାସ ରେ ପରିଣତ ହୋଇଅଛି।
