ମା ସିଂହାସିନୀ ପୀଠରେ ଜିଲ୍ଲା ସରପଞ୍ଚ ସଂଘର ତୃତୀୟ ବାର୍ଷିକ ସମ୍ମିଳନୀ ।
=================================
ବ୍ରହ୍ମପୁର : ପୋଲସରା ବ୍ଲକ ମା ସିହାଁସିନି ପୀଠ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସରପଞ୍ଚ ସଂଘର ତୃତୀୟ ବାର୍ଷିକ ସମ୍ମିଳନୀ ସରପଞ୍ଚମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସରପଞ୍ଚ ମହାସଂଘ ସଭାପତି ମନୋରଂଜନ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ ଓ ପଶୁପାଳନ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ବିକଶିତ ଗାଁ, ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ଦିଗରେ ସରପଞ୍ଚ ମାନଙ୍କ ଭୂମିକାକୁ ବେଶ ପ୍ରଶଂସା କରିଥିଲେ। ଆସିକା ସାଂସଦ ଅନିତା ପ୍ରିୟଦର୍ଶିନି ପଟ୍ଟନାୟକ ଦଳୀୟ ରାଜନୀତିକୁ ପଞ୍ଚାୟତରେ ସାମିଲ ନ କରି ପଞ୍ଚାୟତ ସ୍ତରରେ ଦାଦନ ସଂଖ୍ୟା ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ସରକାର ଦାଦନଙ୍କ ନିମନ୍ତେ ନେଉଥିବା ବିଭନ୍ନ ପଦକ୍ଷେପ ସଠିକ ଭାବରେ କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି ସେ କହିଥିଲେ। ସେହିପରି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ସରପଞ୍ଚ ସଂଘର ଆଠ ଦଫା ଦାବି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସରପଞ୍ଚ ହେବା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ସହ ସିଧାସଳଖ ଯୋଡ଼ି ହେବାର ସୁଯୋଗ ମିଳୁ ଥିବାର ଆଗମୀ ଦିନରେ ମୁଁ ମଧ୍ୟ ସରପଞ୍ଚ ହେବି କହି ସଭାସ୍ଥଳରେ ଉପସ୍ଥିତ ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ବେଶ ଉତ୍ସାହିତ କରିଥିଲେ। ଏଥିସହ ସରପଞ୍ଚ ମାନଙ୍କ ପ୍ରତିଟି ଦାବି ଉପରେ ଗୁରୁତ୍ବ ଦେଇ ସେଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ସହିତ ସମସ୍ୟାର ସମାଧାନ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସରପଞ୍ଚ ମାନଙ୍କ ମୁଖ୍ୟ ଦାବି ଗୁଡିକ ମଧ୍ୟରେ ଥିଲା, ସେମାନଙ୍କୁ ମାସିକ ଅବସରକାଳୀନ ଭତ୍ତା ଅନ୍ୟୁନ୍ୟ ୧୦,୦୦୦ ଟଙ୍କା, ୱାର୍ଡ଼ ମେମ୍ବର ମାନଙ୍କୁ ତିନି ହଜାର ଟଙ୍କା, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବିକଶିତ ଗାଁ, ବିକଶିତ ଓଡିଶାରେ ଆସୁଥିବା ଅନୁଦାନରୁ ପଞ୍ଚାୟତକୁ ୫୦ ଭାଗ ରାଶି ପ୍ରଦାନ ସହ ବ୍ରହ୍ମପୁର ଠାରେ ଜିଲ୍ଲା ସରପଞ୍ଚ ଭବନ ନିର୍ମାଣ ଇତ୍ୟାଦି। ଦାବିପତ୍ର ପ୍ରଦାନ ବେଳେ ସରପଞ୍ଚ ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ପରାମର୍ଶଦାତା ସତ୍ୟ ନାରାୟଣ ପାଣି, ଆଇନ ପରାମର୍ଶଦାତା ସୁଶାନ୍ତ କୁମାର ସାହୁ ଓ ଅଜିତ କୁମାର ଚୌଧୁରୀ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
