ଯୋଡ଼ା (କୃଷ୍ଣ ଚନ୍ଦ୍ର ପାତ୍ର) :କେନ୍ଦୁଝର ଜିଲ୍ଲା ଯୋଡା ଅବକାରୀ ବିଭାଗ ସମବାର ଦିନ ଜୋଲହାରି ଏବଂ ଯୋଜଙ୍ଗ ଅଞ୍ଚଳରେ ଯାଞ୍ଚ କରୁଥିବା ସମୟରେ ୫୩ ଲିଟର ଦେଶୀ ମଦ ଜବତ କରି ୨ ଜଣ ଙ୍କୁ ଗିରଫ କରିଛି। ଯୋଡ଼ା ଅବକାରୀ ବିଭାଗ ର ଭାରପ୍ରାପ୍ତ ଅଧିକାରି ଙ୍କ ସୂଚନା ଅନୁଯାୟୀ ଜିଲ୍ଲା ସାରା ସ୍ପେସିଆଲ ଡ୍ରାଇଭ ଚ ଯାଞ୍ଚ କରୁଥିବା ସମୟରେ ଜୋଜାଙ୍ଗ ନିକଟରେ ଗୋଟିଏ ବାଇକ(OD0V1782) ରେ ଦେଶୀ ମଦ ଲୁଚା ଛପା ଭାବେ ନେଉଥିଲେ। ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଯାଞ୍ଚ କରିବାରୁ ଘଟଣା ସ୍ଥଳରେ ରେ ବାଇକ ରୁ ୩୫ ଲିଟର ଦେଶୀ ମଦ ବରାମତ କରିଥିଲେ। ସେହିପରି ଆଉ ଜଣେ ଜୋଲହାରି ନିକଟରେ ଦେଶୀ ମଦ ନେଉଥିବା ବେଳେ ୧୮ ଲିଟର ବରାମତ କରିଥିଲେ। ଏ ନେଇ ଯୋଡ଼ା ଅବକାରୀ ବିଭାଗ ବାଇକ କୁ ଜବତ କରି କେଶ ନମ୍ବର ୧୦୪/୨୦୨୫ ଏବଂ ୧୦୫/୨୦୨୫ ମାମଲା ରୁଜୁକରି କ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ତେବେ ଅଭିଯୁକ୍ତ ମାନେ ହେଲେ ଜୋଜାଙ୍ଗ ଅଞ୍ଚଳର ଲାଦୁରା ମୁଣ୍ଡା ବୟସ(୩୫) ଏବଂ ଜୋଲହାରି ର ରାଜା ମୁଣ୍ଡା ବୟସ(୨୪)ବୋଲି ଜଣାପଡ଼ିଛି।
