ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରୀଆର ରୋଡ଼ସ୍ଥିତ ନବଜ୍ୟୋତି ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୂଲ୍ୟ ରେ ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟ ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ଖରିଆର ରୋଡ଼୍ ଏନ୍.ଏ.ସି. ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ସ୍ଵାଧୀନ ମିଶ୍ର, ଜିଲ୍ଲା ସିଭିଲ୍ ଓକିଲ ସଂଘର ସଚିବ ଦେବଦତ୍ତ ଦୀକ୍ଷିତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନା ସାଜୁ, ବିଦ୍ୟାଳୟର ପରିଚାଳକ ସାଜୁ ଓମେନ୍ ଏବଂ ଶିକ୍ଷକଗଣ, ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣକରି ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟରେ ଉପରେ ଆଇନ ସଚେତନତା ହୋଇଥିଲେ। ବିଶେଷ ରୂପେ ମୋବାଇଲ୍ ରେ ବ୍ୟବହାର ଏବଂ ମିଥ୍ୟା ପ୍ରଚାର କରି ଟଙ୍କା ଠକୁଥିବା ପ୍ରଚାର କୁ ଅଣଦେଖା କରିବାକୁ କହିଥିଲେ। କୌଣସି ଓଟିପି କୁ କାହାରିକୁ ସେୟାର ନ କରିବାକୁ ଆହ୍ବାନ କରିଥିଲେ। ଶିବିର ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।
