ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ମୋଡେଲ ଡିଗ୍ରୀ କଲେଜ ସମ୍ମିଳନୀ କକ୍ଷ ଠାରେ ଆତ୍ମହତ୍ୟା ନିବାରଣ ଦିବସ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ କଲେଜ୍ ଅଧ୍ୟକ୍ଷ ଡ.ଅଧ୍ୟକ୍ଷ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷାବିତ୍ ଡ଼. ଫଣୀନ୍ଦମ୍ ଦେଓ ଯୋଗ ଦେଇ ବିଶେଷ ରୂପେ ଯୁବ ବର୍ଗ ଙ୍କ ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା ଆବଶ୍ୟକ ରହିଅଛି। ସଙ୍ଘର୍ଷମୟ ଜୀବନ ଅତିବାହିତ କରିବା କୁ ଆହ୍ବାନ କରିଥିଲେ। ସଭାରେ ଏଟ୍ରିଥୋପୋଲୋଜି, ଇଂରାଜୀ ବିଭାଗ ଅଧ୍ୟାପକ ମାନେ ନିଜ ପେପର ଉପସ୍ଥାପନ କରିଥିଲେ। ଅଧ୍ୟୟନ ବଳରେ ମାନସିକ ଚାପ ହ୍ରାସ ହେବା ସହ ସହନଶୀଳ ଶକ୍ତି ବୃଦ୍ଧି ହୋଇଥାଏ। ମନୁଷ୍ୟ ଜୀବନ ବହୁ ଦୁର୍ଲ୍ଲଭ ଅଟେ। ତେଣୁ ଏହାକୁ ନଷ୍ଟ କରିବା କାହାରି ଅଧିକାର ନାହିଁ। ନିଜେ ମଣିଷ ମଧ୍ୟ ନିଜ ଶରୀର କୁ ନଷ୍ଟ କରିବା ଏକ ଅପରାଧ ଅଟେ। ମନ ବିଜ୍ଞାନ ବିଭାଗ ଚନ୍ଦ୍ରକାନ୍ତ ଦାଶ ଆତ୍ମହତ୍ୟା ଉପରେ ପ୍ରକାଶ କରିଥିଲେ।ସହକାରୀ ପ୍ରଫେସର ଶିବ କୁମାର ଏବଂ ମନ ବିଜ୍ଞାନ ବିଭାଗ ଅଧ୍ୟାପିକା ବନିତା ସେଠୀ ଯୋଗ ଦେଇ ବିଷୟ ଉପସ୍ଥାପନ କରି ଥିବା ବେଳେ ରାଜନୀତି ବିଜ୍ଞାନ ପ୍ରଳୟ ମହାନ୍ତି ସଂଯୋଜନା କରିଥିବା ବେଳେ ଇଂରାଜୀ ବିଭାଗ ଅଧ୍ୟାପକ ପ୍ରତିମ୍ ତିର୍କୀ ଧନ୍ୟବାଦ ଦେଇଥିଲେ।
