*ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପାର୍ଥିବ ଶରୀର ଆଜି ଖରୀଆର ରୋଡ ପହଞ୍ଚିବ, ବିଜେଡି ଦଳୀୟ ନେତା ଓ କର୍ମୀ ଙ୍କ ଯୋଗଦାନ, ଶେଷ ଦର୍ଶନ ପାଇଁ ଅପେକ୍ଷା,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପାର୍ଥିବ ଶରୀର ଆଜି ଖରୀଆର ରୋଡ ପହଞ୍ଚିବ, ବିଜେଡି ଦଳୀୟ ନେତା ଓ କର୍ମୀ ଙ୍କ ଯୋଗଦାନ, ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ଆଜି ଶେଷ ଦର୍ଶନ ପାଇଁ ଓଡ଼ିଶା ପୂର୍ବତନ ମନ୍ତ୍ରୀ ଏବଂ ନେତୃମଣ୍ଡଳୀ ଯୋଗ ଦେଇଛନ୍ତି। କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ସହ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସ୍ନିହାଙ୍ଗିନି ଛୁରିଆ, ଟୁକୁନି ସାହୁ, ପୁସ୍ପେନ୍ଦୁ ସିଂ ଦେଓ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ମଲ୍ଲିକ,ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଅଧିରାଜ ପାଣିଗ୍ରାହୀ, ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ଆୟୁବ ଖାନ, ସହ ବହୁ କର୍ମୀ ଯୋଗ ଦେଇଛନ୍ତି। ଚାଟର ପ୍ଲେନ ରେ ଚେନ୍ନାଇ ରୁ ରାୟପୁର ଆସି ସଡ଼କ ପଥ ରେ ଖରୀଆର ରୋଡ କୁ ପହଞ୍ଚଛନ୍ତି। ବର୍ତ୍ତମାନ ବିଧାୟକ ପୂର୍ବତନ ମନ୍ତ୍ରୀ ଙ୍କ ରାଜେନ୍ଦ୍ର ଢୋଲକିଆ ଙ୍କ ପାର୍ଥିବ ଶରୀର ଖରୀଆର ରୋଡ ରେ ପହଞ୍ଚିଛି। ଏକ ବାଇକ୍ ରେଳୀ,ବିରାଟ ଶୋଭାଯାତ୍ରା ରେ ଖରୀଆର ରୋଡ ରୁ ଏକତା ଛକ ନୂଆପଡ଼ା ନେଇ ସେଠାରୁ ଅନ୍ତିମ ଦର୍ଶନ ପାଇଁ ଜ୍ଞାନ ଜ୍ୟୋତି ବିଦ୍ୟାଳୟ ଖରୀଆର ରୋଡ ଠାରେ ତାଙ୍କ ପାର୍ଥିବ ଶରୀର ରଖି ଅନ୍ତିମ ଦର୍ଶନ କରିବାକୁ ବ୍ୟବସ୍ଥା ରହିଅଛି।
