ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ସହ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ କେନ୍ଦୁପତ୍ର ଏ ମାଧବୀ ଲତା, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ,ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୪୨ଗୋଟି ବ୍ୟକ୍ତିଗତ ଓ ୧୨ ଟି ଗୋଷ୍ଠିଗତ ଏଭଳି ମୋଟ ୫୪ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ପ୍ରବାସୀ ଶ୍ରମିକ ରୁ ଫେରିଥିବା ଫୁଲ ସୁନାନୀଙ୍କୁ ଥଇଥାନ ପାଇଁ ଦଶ ହଜାର ଟଙ୍କା ରେଡ୍ କ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇ ଥିଲା l ତାଙ୍କୁ ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି ଇତ୍ୟାଦି ବିଭିନ୍ନ ବିଭାଗରୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଭିନ୍ନକ୍ଷମ ନିତ୍ୟାନନ୍ଦ ରାଉତଙ୍କୁ ଗୋଟିଏ ହୁଇଲ୍ ଚେୟାର ଏବଂ ପାଞ୍ଚ ହଜାର ଟଙ୍କାର ଚେକ୍ ପ୍ରଦାନ।
