ଝାରର୍ପୋଖରିଆ (ଅଜୟ ମଣ୍ଡଳ) : ସାରସକଣା ବ୍ଲକ ଅନ୍ତର୍ଗତ ସାରସକଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ, ଗୁଋଷିଶ୍ୟ ର ପ୍ରାଚୀନ କାଳରେ ଯେଉଁ ପରମ୍ପରା ଥିଲା ତାହା ଆଜିର ଏହି ପବିତ୍ର ଦିନରେ ଦେଖିବା ପାଇଁ ମିଳିଛି । ସମସ୍ତ ଛାତ୍ର, ଛାତ୍ରୀ ମାନେ ପ୍ରଥମେ ପ୍ରାର୍ଥନା କରି ଗୁରୁଦିବସ ଅବସରରେ ସମସ୍ତେ ମିଶି ଏକା ସ୍ଵରରେ ” ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ” ଉଚାରିତ କରିଥିଲେ , ଯାହାକି ସ୍ନେହ, ଭକ୍ତି, ଓ ଆଦରର ଏକ ଜ୍ୱଳନ୍ତ ନିଦର୍ଶନ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ସର୍ବେଶ୍ଵର ସାହୁ । ସେ ଗୁରୁ ଓ ଶିଷ୍ୟ ମାନଙ୍କର ପରମ୍ପରା ସମ୍ପର୍କ ରେ ଅବଗତ କରାଇଥିଲେ। ସବୁ ଗୁରୁଜୀ ଓ ଗୁରୁମା ମାନଙ୍କୁ ପୂଜା କରିବା ସହିତ ଛାତ୍ର, ଛାତ୍ରୀ ମାନେ ତାଙ୍କର ଭକ୍ତି ସୁମନ ଅର୍ପଣ କରିଥିଲେ। ସଭାପତି ବାସୁଦେବ ସାହୁ , ରବୀନ୍ଦ୍ର ସାହୁ ଓ ସମସ୍ତ ଗୁରୁଜୀ , ଗୁରୁମା ଉପସ୍ଥିତ ଥିଲେ । ବଡ଼ ଖୁସିର ବିଷୟ ଯେ, ଅତିଥି, ଗୁରୁଜୀ, ଗୁରୁମା ମାନଙ୍କୁ ଛାତ୍ର, ଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ ।
