ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ରାସ୍ତା ପାଇଁ ଗୁହାରି ପରେ ଗୁହାରି କରି ଥକି ପଡ଼ିଲେଣି ଗ୍ରାମବାସୀ। ନା ପ୍ରଶାସନ ନା ରାଜନେତା ସମସ୍ତଙ୍କ ପ୍ରତିଶୃତି ପାଣିର ଗାର। ଏମିତି ଏକ ଚିତ୍ର ଆସିଛି ଅନନ୍ତପୁର ପଞ୍ଚାୟତ ମୁଳକାଇଦା ଗାଁରୁ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ମୁଳକାଇଦା ଗ୍ରାମର ୱାର୍ଡ ନମ୍ବର ୧୧ ରେ ଥିବା ପକା ପୋଲରୁ ପଣ୍ଡା ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଅନେକ ସମୟରେ ଲୋକେ ପଡି ଆହତ ହେଉଛନ୍ତି।ଏହି ରାସ୍ତା ଉପରେ ଶତାଧିକ ଲୋକ ନିର୍ଭରଶୀଳ ଥିବା ବେଳେ ରାସ୍ତାଟି ଅଣ ଓସାରିଆ ହୋଇଥିବା କାରଣରୁ ଅସରାଏ ବର୍ଷାରେ ରାସ୍ତାଟି ସମ୍ପୁର୍ଣ୍ଣ ଭାବେ ବୁଡି ଯାଉଛି ଫଳରେ ଯାତାୟତ ସମ୍ଭବ ହୋଇପାରୁନଥିବା ଗ୍ରାମବାସୀ ମାପେନ କହିଛନ୍ତି। ଏବାବଦରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାବତ ଏହାର ସମାଧାନ ହୋଇପାରିନାହିଁ। ଆଗାମୀ ଦିନରେ ଏହି ରାସ୍ତାକୁ ମରାମତି କରାନଗଲେ ସୋର ବିଡିିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମର ପ୍ରଭାକର ନାୟକ, ସରୋଜ କୁମାର ପଣ୍ଡା, କାଳନ୍ଦ୍ରୀ ସାହୁ,ରାଜେଶ କୁମାର ପଣ୍ଡା, ଅରୁଣ କୁମାର ପଣ୍ଡା, ପ୍ରଭଞ୍ଜନ ସାହୁ,ରମାକାନ୍ତ ସାହୁ ଓ ବିଦ୍ୟାଧର ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି।
