ଖଡ଼ିଆଳ :.. – ନବ ନିଯୁକ୍ତ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ପ୍ରଥମ କରି ନୂଆପଡା ଜିଲ୍ଲା ଗସ୍ତ ରେ ଆସିଥିଲେ ଆସନ୍ତା ୧୮ ତାରିଖ ଦିନ ଭୁବନେଶ୍ବର ରୁ ପୁରୀ କୁ ପଦଯାତ୍ରା କରିବେ ବୋଲି କହିଛନ୍ତି l ଆଜି ଦିଲ୍ଲି ଗସ୍ତ ଅବସର ରେ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡା ଜିଲ୍ଲା କୁ ଆସି ଥିବା ବେଳେ ଖଡିଆଳ ଥାନା ଛକ ଠାରେ କଂଗ୍ରେସ ଦଳ ତରଫ ରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଖଡ଼ିଆଳ ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥି କମଲ ଚରଣ ତାଣ୍ଡି ଙ୍କ ନେତ଼ତ୍ବ ରେ ଶହ ଶହ କଂଗ୍ରେସ କର୍ମି ଓ ନେତା ମାନେ ଥାନା ଛକ ଠାରେ ଏକତ୍ରିତ ହୋଇ ଭକ୍ତ ଦାସ ଙ୍କୁ ବାଜା ଗାଜା ସହ ବାଣ ଫୁଟାଇ ସ୍ବାଗତ କରିଥିଲେ l ଏହା ପରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସାକ୍ଷାତକାର ରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆସନ୍ତା ୧୮ ତାରିଖ ଦିନ ଦିଲ୍ଲି ରୁ ଭୁବନେଶ୍ବର ଆସୁଛନ୍ତି,୧୮ ତାରିଖ ଦିନ ଭୁବନେଶ୍ବର ରୁ ପୁରୀ ଅଭିମୁକ୍ଷେ ସଂକଲ୍ପ ପଦଯାତ୍ରା ୬୪ କିମି ଦୁଇ ଦିନ ଦୁଇ ରାତ୍ରି ହେବ l ପୁରୀ ପହଚିଂବା ପରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଆଶିର୍ବାଦ ଭିକ୍ଷା କରିବେ lଏହି ଅବସର ରେ ବିଭିନ୍ନ ସ୍ଥାନ ରେ ଜନ ସଂପର୍କ କରିବେ,କଂଗ୍ରେସ ଦଳ ଲୋକ ଙ୍କ ସମସ୍ୟା ଦୁର କରିବା ପାଇଁ ଗାଁ ଗାଁ କୁ ଲୋକ ଙ୍କ ଘର ଘର ପହଚିଂବ ଓ କଂଗ୍ରେସ ଦଳ କୁ ତ଼ଣ ମୁଳ ସ୍ତର ରେ ମଜଭୁତ କରାଯିବ ବୋଲି କହିଛନ୍ତି l ଏହା ବ୍ୟତିତ ଆସନ୍ତା ପଂଚାୟତ ନିର୍ବାଚନ ରେ କଂଗ୍ରେସ ଦଳ ର ସ୍ଥିତି ଭଳ ରହିବ ବୋଲି ପିସିସି ସଭାପତି କହିଛନ୍ତି |
ଖଡ଼ିଆଳରୁ ମିଖାଏଲ ନନ୍ଦ
