ଯାଜପୁର/(ନିପ୍ର)ରିପୋର୍ଟର ସରୋଜ କୁମାର ଧଳ ଭଞ୍ଜଦୂତ ଖବର
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବରପଦା ପଞ୍ଚାୟାତ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ପାଣିଟାଙ୍କି ଟି ଭଗ୍ନ ଅବସ୍ଥା ରେ ପଡ଼ି ରହିଛି। ଗ୍ରାମବାସୀ ମାନେ ଅଭିଯୋଗ କଲା ସ୍ୱତେବି କୌଣସି ଫଳ ମିଲିପାରୁ ନଥିବାର ଦେଖିବାକୁ ମିଳିଛି ଯାହା ଗ୍ରାମ ବାସୀଙ୍କ କହିବା କଥା । RWSS JE ବୋଦେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସରକାର ଗଲା ନୂଆ ସରକାର ଆସିଲା ହେଲେ ସମସ୍ୟା ଯାହାଥିଲା ସେହିଭଳି ରହି ଗଲା। ପ୍ରଶାସନିକ ଅଧିକାରୀ ମାନେ ନିଜସ୍ବାର୍ଥକୁ ଏବେବି ଭୁଲିପାରୁ ନାହାନ୍ତି । ପାଣି ପରି ମୌଳିକ ସମସ୍ୟା ରୁ ବଞ୍ଚିତ ରହୁଛନ୍ତି ଏଠାକାର ଗ୍ରାମବସୀ। ଯଦିଓ ପାଣି ପମ୍ପ ଯୋଗେ ଯୋଗାଇ ଦିଆଯାଉଛି ହେଲେ ପାଣି ସବୁ ଜାଗାରେ ପହଞ୍ଚିବା ସାତ ସପନ ।ପାଣି କୋଉଠି କୁ ଯାଉଛି ତ କୋଉଠି ବାଟରେ ଘାଟରେ ବହୁଛି। ଦାୟିତ୍ଵରେ ଥିବା କର୍ମୀ ମଧ୍ୟ ଠିକ୍ ସମୟ ରେ ପାଣି ଛାଡୁନାହାଁନ୍ତି।ପାଣି ମୋଟର ଚଲେଇବା ଲାଗି ଯେଉଁ ଅଧିକାରୀ ମାନେ ଅଛନ୍ତି ତାଙ୍କର ମନ ମାନି ନ କହିବା ଭଲ |
